-+91-9937148622 |

prerana_bgr@rediffmail.com |

  Wednesday 23rd September 2026 |

| | | |

R.N.I. Regd No. ODIODI/2010/46693

Breaking News

ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||      ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ    (22-Sep-2026)       ||     

HOME   ରାଜ୍ୟ

କଣ୍ଟାବାଞ୍ଜି ଲଜ୍ ରୁ ୬୦ ଲକ୍ଷ ଟଙ୍କା ଜବତ ମାମଲା : ପୁଲିସ୍ ଉପରେ ସନ୍ଦେହର ଚର୍ଚ୍ଚା

16-Sep-2022



ବଲାଙ୍ଗୀର (ମଳୟ ମିଶ୍ରଙ୍କ ରିପୋର୍ଟ) ଆଜି କଣ୍ଟାବାଞ୍ଜିର ଏକ ଲଜ୍ ଶ୍ରୀ ଅନ୍ନପୂର୍ଣା ହୋଟେଲରେ ପୁଲିସ୍ ଚଢାଉ କରି ୭ ଜଣ ଆନ୍ଧ୍ରର ଦାଦନ ସେଠ୍ ସନ୍ଦେହ କରାଯାଉଥିବା ରାଜ୍ୟ ବାହାରର ସନ୍ଦିଗ୍ଧ ଲୋକଙ୍କୁ ଗିରଫ କରିଥିବା ମାମଲାରେ ସେମାନଙ୍କଠାରୁ ୬୦ ଲକ୍ଷ ଟଙ୍କା ଜବତ କରିଥିବା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୁଲିସ୍ ପ୍ରକାଶ କରିଥିବା ପ୍ରକାଶ ।  ତେବେ  ଏହା ଦାଦନବଇନା ଲାଗି ସେମାନେ ଆଣିଥିବା ଟଙ୍କା ବୋଲି ଚର୍ଚ୍ଚା ହେଉଥିବାବେଳେ , ପୁଲିସ୍ ଏହାକୁ ସେମାନେ ଜୁଆ ଖେଳୁଥିବା ଟଙ୍କା ବୋଲି କହୁଥିବାରୁ ଜନସାଧାରଣଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଛି । କେତେକ ବ୍ୟକ୍ତିବିଶେଷ ଏହା ଆହୁରି ଅଧିକ ପରିମାଣର କୋଟି କୋଟି ହେବାର ସମ୍ଭାବନା ରହିଥିବା ଓ ପୁଲିସ୍ କିଛି ଲୁଚାଉଥିବା ସହ ଏଥିରେ

ସ୍ଥାନୀୟ ରାଜନେତାଙ୍କର ମଧ୍ୟ ସମ୍ପୃକ୍ତି ଥିବା ଆରୋପ ପ୍ରକାଶ କରିଛନ୍ତି । ତେବେ ସେ ଯାହାହେଉ , ପୁଲିସ୍ ଉପରେ ଜନସାଧାରଣଙ୍କର ଆସ୍ଥା ନଥିବା ସହିତ ଗତ କିଛି ଦିନ ହେଲା ଜିଲ୍ଲାରେ ପୁଲିସ୍ ବିଶ୍ବସନୀୟତା ହରାଇଥିବାର ଏହା ମଧ୍ୟ ଏକ ପ୍ରମାଣ । ଝରଣୀର ମମିତା ମେହେର ହତ୍ୟାମାମଲାଠାରୁ ଟିଟିଲାଗଡ ଥାନା ବାରାକରୁ ଏହାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଫେରାର୍ ହେଇଯିବା ସହ ପାଟଣାଗଡ ବ୍ଲକ୍ ର ଜେଇ ହତ୍ୟା ଅଭିଯୋଗ ଓ ବଲାଙ୍ଗୀର ଜିଲ୍ଲା ସଦର ମହକୁମାଠାରେ ଭୀମଭୋଇ ମେଡିକାଲ କଲେଜ ହଷ୍ଟେଲରେ ରାଗିଂ ଯୋଗୁଁ ଦୁଇଜଣ ଡାକ୍ତରୀଛାତ୍ରୀଛାତ୍ରଙ୍କ ମୃତ୍ୟୁ ମାମଲା ସହିତ ପାଟଣାଗଡ ସହରରେ ଦିନଦ୍ବିପ୍ରହରରେ ସୁନାଦୋକାନରେ ସଶସ୍ତ୍ର ଡକାୟତି ଘଟଣା ଇତ୍ୟାଦିର ପୁଲିସ୍ ତଦନ୍ତରେ ଲୋକେ ସନ୍ତୁଷ୍ଟ ନୁହଁନ୍ତି । ତେଣୁ ଏହି ଚଢାଉରେ ପ୍ରକୃତରେ ୬୦ , ୭୦ , ୮୦ ଲକ୍ଷ ବା ଆହୁରି ଅଧିକ ଟଙ୍କା ପୁଲିସ୍ ଜବତ କରିଛି , ସନ୍ଦେହ ସୃଷ୍ଟି ହେବା ସ୍ବାଭାବିକ୍ ।

ଉଲ୍ଲେଖନୀୟ ଯେ , ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ନୂଆଖାଇ ପରଠାରୁ ଜିଲ୍ଲାରେ ଦାଦନଶ୍ରମିକ ଚାଲାଣ ଆରମ୍ଭ ହୋଇଗଲାଣି । କଣ୍ଟାବାଞ୍ଜି , ବେଲପଡା , ଖପ୍ରାଖୋଲ ଓ ଅନ୍ୟାନ୍ୟ ସ୍ଥାନର ସର୍ଦ୍ଦାରମାନେ ମୁଖ୍ୟତଃ ବିଗତ ବହୁବର୍ଷ ଧରି ଆନ୍ଧ୍ର , ତାମିଲନାଡୁ , କର୍ଣ୍ଣାଟକ ଓ ରାଜ୍ୟବାହାରର ସେଠ୍ ମାନଙ୍କଠାରୁ କୋଟି କୋଟି ଟଙ୍କା ଆଣି ଶ୍ରମିକମାନଙ୍କୁ ବଇନା ଦେଇଥା'ନ୍ତି । ଏହା ସହିତ ସେହିସବୁ ରାଜ୍ୟବାହାରୁ ସେଠ୍ ମାନେ ଆସି କଣ୍ଟାବାଞ୍ଜି ଇତ୍ୟାଦି ଲଜ୍ ଓ ହୋଟେଲରେ ଡେରା ପକାଇଥାନ୍ତି । ଥରେ ଥରେ ଏହି ହୋଟେଲମାନଙ୍କରେ ପୁଲିସ୍ ଚଢାଉ କରିଥାଏ । ଏହି ହୋଟେଲରେ ମଧ୍ୟ ଆଗରୁ ଚଢାଉ ହୋଇ ଥାନାକୁ ଏହି ଅଞ୍ଚଳର ଦାଦନ ସେଠ୍ ମାନଙ୍କୁ ଧରିନିଆଯାଇଥିବା ଓ ଏବେ ବିଧାୟକ ଥିବା ସନ୍ତୋଷ ସିଂ ସାଲୁଜା ସେତେବେଳେ ମଧ୍ୟ ବିଧାୟକ ଥାଇ ଥାନାରେ ବସି ଦାଦନସେଠ୍ ମାନଙ୍କୁ ଛାଡିଦେବାକୁ ଜିଦ୍ କରିବାରୁ ପୁଲିସ୍ ଲାଠିଚାଳନା କରିଥିବା ଭଳି ଘଟଣା ଘଟିଥିବା ଲୋକେ ମନେରଖିଥିବା ପ୍ରକାଶ । ତେଣୁ ଏହି ଜିଲ୍ଲାର ବ୍ୟାପକ ଦାଦନଶ୍ରମିକ ଚାଲାଣରେ ସ୍ଥାନୀୟ ଲୋକପ୍ରତିନିଧି ଓ ପୁଲିସ୍ ର ଭୂମିକା ଜଣାଶୁଣା । 

ତେବେ ଆଜି ଧରାପଡିଥିବା ତେଲେଙ୍ଗାନା ବା ଆନ୍ଧ୍ର ବା ଦକ୍ଷିଣଭାରତୀୟ ଦାଦନସେଠ୍ ମାନେ ପ୍ରକୃତରେ ଏଠାକୁ ଦାଦନବଇନା ବାଣ୍ଟିବାକୁ ନା ଜୁଆଖେଳିବାକୁ ଆସିଥିଲେ  ଓ  ସେମାନଙ୍କଠାରୁ ଏତେ ବିପୁଳ ଟଙ୍କା ଜବତ କରିଥିବା କଣ୍ଟାବାଞ୍ଜି ପୁଲିସ୍ ଯେ ଏହାଠାରୁ ବହୁଗୁଣ ଟଙ୍କା ଜବତ କରି ଏତକ ସିଜର୍ ଦେଖାଉଛି ବୋଲି କଥାରେ ଲୋକେ ବିଶ୍ବାସ କରିପାରୁ ନାହାଁନ୍ତି ।

ଆଇନଜିବୀ ଓ କେତେକ ପୂର୍ବତନ ପୁଲିସ୍ କର୍ମଚାରୀଙ୍କ କହିବାନୁଯାୟୀ , ଜୁଆଖେଳ ଦର୍ଶାଇଲେ  ଶୀଘ୍ର ଜାମିନ୍ ମିଳିଯିବାର ସମ୍ଭାବନା ରହିଥିବାବେଳେ ଦାଦନବଇନାରେ ଏହା ବିଳମ୍ବ ହେବାର କାରଣରୁ ହୁଏତ ପୁଲିସ୍ ଜାଣିଶୁଣି ଏଭଳି ମାମଲାକୁ ଭିନ୍ନମୋଡ ଦେବାର ଅପଚେଷ୍ଟା କରୁଥାଇପାରେ  !

ଜିଲ୍ଲାର ଚଳିତବର୍ଷ କିଛିଦିନତଳେ ଲାଠୋରରୁ ୬ ଜଣ ଦାଦନଶ୍ରମିକଙ୍କୁ ଉଦ୍ଧାର ସହ ୨ ଜଣ ସର୍ଦାର୍ ଙ୍କୁ ଲାଠୋର ପୁଲିସ୍ ଗିରଫ କରିଥିବା ପ୍ରଥମ ଘଟଣା ହୋଇଥିବାବେଳେ ଏହା ଦ୍ବିତୀୟ ବଡ ଚଢାଉ ଓ ଗିରଫଦାରୀ । ପୂର୍ବରୁ ଏମିତି ପ୍ରଥମେ ଧରପଗଡ କରି ପରେ ଦାଦନ ସେଠ୍ ଓ ସର୍ଦ୍ଦାରମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟିକରି ପ୍ରଚୁର ବଟିଆଦାୟ ପୁଲିସ୍ ର ଏକ କୌଶଳ ବୋଲି ମଧ୍ୟ ସମାଲୋଚନା ପ୍ରକାଶ ପାଇଛି ।ତେବେ ଏଭଳି ସନ୍ଦେହ ସୃଷ୍ଟି ହେବାରୁ ବଲାଙ୍ଗୀର ଏସ ପି ତଦନ୍ତ ନିର୍ଦ୍ଦେଶ ଦେବାରୁ ଜବତ ଟଙ୍କାର ପୁନଃଗଣତି କରାଯାଇଥିବା ପ୍ରକାଶ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026
  ଜିଲ୍ଲା  
ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   23-Sep-2026
  ଜିଲ୍ଲା  
ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   23-Sep-2026
  ଜିଲ୍ଲା  
ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   23-Sep-2026
  ଜିଲ୍ଲା  
ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ   22-Sep-2026

You Might Also Like