-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||     

HOME   ମହାନଗର

ସମ୍ବଲପୁର ରେ ସ୍ମାର୍ଟ ୱାଟର ମିଟର ପ୍ରଚଳନ କୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ପାଇଁ ଦାବୀ କଲା ପଶ୍ଚିମାଞ୍ଚଲ୍ ଏକତା ମଞ୍ଚ

10-Sep-2022



 ସମ୍ବଲପୁର(ସଞ୍ଜୀବ କୁମାର ପାଣିଗ୍ରାହୀ) :: ସ୍ବାଧୀନତାର ୭ ଦଶନ୍ଧି ପରେ ଓ ହୀରାକୁଦ ନଦୀବନ୍ଧ ନିର୍ମାଣ ର ୬ ଦଶନ୍ଧି ପରେ ମଧ୍ୟ ସମ୍ବଲପୁରବସୀ ପାଣିର ହାହାକାରରେ ଜୀବନଯାପନ କରୁଛନ୍ତି । ହୀରାକୁଦ ନଦୀବନ୍ଧ ପ୍ରକଳ୍ପ ରେ ଶହ ଶହ ଗ୍ରାମ ଜଳଭଣ୍ଡାରରେ ବୁଡିଗଲା । ହଜାର ହଜାର ପରିବାରର ଲକ୍ଷ ଲକ୍ଷ ଲୋକ ଭୂମିହରା ବାସହରା ହେଲେ । ଦୀର୍ଘ ସମୟ ବିତିଯାଇଥିଲେ ଶୁଦ୍ଧା ଆଜି ବି ସେମାନେ ପ୍ରକୃତ ପ୍ରାପ୍ୟରୁ ବଞ୍ଚିତ ରହିଛନ୍ତି । ଯେଉଁ ରଙ୍ଗୀନ ସ୍ଵପ୍ନ ଦେଖେଇ ସେତେବେଳେ ତାଙ୍କୁ ସର୍ବହରା କରାଯାଇ ସର୍ବସାନ୍ତ କାରି ଦିଆଥିଲା ଅଜି ସେଇ ସ୍ଵପ୍ନ ପାଣିର ଗାର ପ୍ରମାଣିତ ହୋଇ ସାରିଛି । ନା ବିଦ୍ୟୁତ୍ ସମସ୍ୟାର ସମାଧାନ ହୋଇ ପାରିଛି ନା ଚାଷ ଜମିକୁ ଜଳସେଚନ । ହୀରାକୁଦ ଜଳଭଣ୍ଡାର ତଳେ ଓ ମହାନଦୀ କୂଳରେ ଥାଇ ମଧ୍ୟ ସମ୍ବଲପୁରବାସୀ ବିଶୁଦ୍ଧ ପାନୀୟ ଜଳ ଟିକେ ପାଇ ପାରୁ ନାହାଁନ୍ତି । ହଜାର ହଜାର କୋଟିର କେନ୍ଦ୍ରୀୟ ଆର୍ଥିକ ସହାୟତା ଓ ରାଜ୍ୟ ସରକାରଙ୍କ ଆର୍ଥିକ ଅନୁଦାନ ଖର୍ଚ୍ଚ ହେଲା ପରେ ମଧ୍ୟ "ଯଥା ପୂର୍ବମ୍ ତଥା ପରମ୍" ସ୍ଥିତି ବଜାୟ ରହିଛି । ତା ଉପରେ ପୁଣି ସରକାରଙ୍କ ସ୍ମାର୍ଟ ୱାଟର ମିଟର ସଂଯୋଗ ବ୍ୟବସ୍ଥା ସମ୍ବଲପୁରବାସୀଙ୍କ ପାଇଁ "କଟା ଘା ରେ ଚୂନ ସଦୃଶ" ପ୍ରମାଣିତ ହୋଇଛି ।
  ସମ୍ବଲପୁର ଜନସ୍ୱାସ୍ଥ୍ୟ ବିଭାଗ ଲୋକମାନଙ୍କୁ ପିଇବା ପାଣି ଯୋଗାଇ ପାରୁନାହଁ । ରାସ୍ତାରେ ପାଣି ପାଇପ ଫାଟି ନାଲରେ ପାଣି ବହୁଛି । ତାକୁ ବିଭାଗ ମରାମତି କରିବାକୁ ଅସମର୍ଥ । ସମ୍ବଲପୁର ରେ ଜଣ୍ଡିସ ମହାମାରୀ ପୁରୁଣା ପାଣି ପାଇପ ବଦଳ କରି ନୁଆଁ ପାଇପ ଲଗାଇବା ପାଇଁ ରାଜ୍ୟ ସରକାର ୧୬୦ କୋଟି ଟଙ୍କା ଦେଲେ । କିନ୍ତୁ, ତାର କୌଣସି ସୁଫଳ ସମ୍ବଲପୁର  ପାଇଲେ ନାହିଁ । ନାଳ ନର୍ଦମାର ପାଣି ପାଇପ୍ ରେ ମିଶୁଛି, ଯେଉଁଥି ପାଇଁ ବାରବାର ଜଣ୍ଡିସ ହେଉଛି । ଅର୍ଥ ଅଭାବରୁ ବିଭାଗୀୟ କର୍ମଚାରୀଙ୍କୁ ନିଯୁକ୍ତି ମିଳୁନାହିଁ ଅଥଚ ଆରମ୍ଭରୁ ବିଫଲ ସ୍ମାର୍ଟ ପାଣି ମିଟର ଲଗାଇବା ପାଇଁ କୋଟି କୋଟି  ଟଙ୍କା ଖର୍ଚ୍ଚ କରି ଠିକାଦାର ପୋଷା ପାଇଁ ଯୋଜନା କରାଯାଉଛି । ବର୍ତ୍ତମାନ ମଧ୍ଯ ସମ୍ବଲପୁରରେ ଅମୃତ ଯୋଜନା ନିମ୍ନ ମାନର କାମ ସହ ସମୟ ଭିତରେ କାମ ସରିପାରି ନାହିଁ । ସମ୍ବଲପୁର ମହାନଗରରେ ସାମିଲ ହୋଇଥିବା ୧୨ ଟି ପଞ୍ଚାୟତ କଥା ଦୂର, ହୀରାକୁଦ ଜଳଭଣ୍ଡାର ତଳେ ଥିବା ହୀରାକୁଦ ସହର ରେ ସ୍ୱାଧୀନତାର ୭୫ ବର୍ଷ ଭିତରେ ପାନୀୟ ଜଳ ଯୋଗାଣ କରିବାରେ ସମର୍ଥ ହୋଇନାହିଁ ।
ସବୁ ଜନହିତକର ଯୋଜନା  କଟକ, ଭୁବନେଶ୍ୱରରେ ଆରମ୍ଭ କରାଯାଉଥିବା ବେଳେ ଟିକସ ଆଦାୟ ଯୋଜନା ସମ୍ବଲପୁର ରୁ କାହିଁକି...???
.ବିଦ୍ୟୁତ ସ୍ମାର୍ଟ କାର୍ଡ ଓ ପାନୀୟ ଜଳ ର ମିଟର ଭୁବନେଶ୍ୱର, କଟକ ଭଲି ସ୍ମାର୍ଟ ସିଟିରେ କାହିଁକି ଆରମ୍ଭ କରାଗଲା ନାହି...???
.ହୀରାକୁଦ ନଦୀବନ୍ଧ ପାଇଁ ସମ୍ବଲପୁର ବାସୀ ଜମି ଜଙ୍ଗଲ ଏବଂ ଜୀବନ ହରେଇଥିଲେ । ସ୍ବାଧୀନତାର ୭୫ ବର୍ଷ ପରେବି ସମ୍ବଲପୁର ର ସବୁ ଅଂଚଲକୁ ସ୍ବଚ୍ଛ ପିଇବା ପାଣି ଜନସ୍ୱାସ୍ଥ୍ୟ ବିଭାଗ ପହଞ୍ଚାଇ ପାରିଲା ନାହିଁ କାହିଁକି...???
.
ଟିକିଏ ଖରା ହେଲେ ସମ୍ବଲପୁର ବାସୀ ହୀରାକୁଦ ନଦୀବନ୍ଧ ତଳେ ରହି ପାଣି ପାଇଁ ଆନ୍ଦୋଳନ କରିବାକୁ ବାଧ୍ଯ ହେଉଛନ୍ତି କାହିଁକି...??? ଯଦି ପାଣି ପାଇପ ମରାମତି ପାଇଁ କର୍ମଚାରୀ ନାହାଁନ୍ତି, ବେଆଇନ ମନଇଚ୍ଛା ପାଣି କନେକ୍ସନ ରୋକିବା ପାଇଁ ଅଧିକାରୀ ଅସମର୍ଥ ତେବେ କୋଟୀ କେଟୀ ଟଙ୍କା ଖର୍ଚ୍ଚ କରି ସ୍ମାର୍ଟ ମିଟର କେଉଁ କାମରେ ଲାଗିବ...??? 
.
୫୦୦ ଟଙ୍କା ନେଇ ଘରକୁ ଘର ପାଣି ସଂଯୋଗ ପାଇଁ ଯେଉଁ କ୍ୟାମ୍ପ ସବୁ କରାଯାଇଥିଲା ତାହା କେତେ କାର୍ଯ୍ୟକାରୀ ହୋଇଛି...???  
ଏଥିପାଇଁ  ପାଣି ସ୍ମାର୍ଟ ମିଟର ଲଗାଇବାର ପରିକଳ୍ପନା ଯଦି ସରକାର କାର୍ଯ୍ୟକାରୀ କରିବାକୁ ଚାହୁଁଛନ୍ତି ଭୁବନେଶ୍ୱର ରୁ କରନ୍ତୁ । ସବୁ ପ୍ରକାର ଟିକସ ପାଇଁ ସମ୍ବଲପୁର ପ୍ରୟୋଗ ସ୍ଥଳି କରାଯିବା ସମ୍ବଲପୁରବାସୀଙ୍କୁ ଚୋର ଭଲି ଭାବିବା ସହ ସମାନ । ତେଣୁ ଯେଉଁଠି ସରକାର ସ୍ମାର୍ଟ ସିଟି ପାଇଁ ଖର୍ଚ୍ଚ କରୁଛନ୍ତି ସେଠି ପ୍ରଥମେ ସ୍ମାର୍ଟ ମିଟର ଲଗାଇ ବିଲ ଆଦାୟ କରନ୍ତୁ । ସମ୍ବଲପୁରବାସୀଙ୍କୁ ପିଇବା ପାଣି ଯୋଗାଇବା ପାଇଁ ଜନସ୍ୱାସ୍ଥ୍ୟ ବିଭାଗ ଯୋଜନା କାର୍ଯ୍ୟକାରୀ କରୁ । ସ୍ମାର୍ଟପାଣି ମିଟର ଭଲି ଠିକାଦାର ପୋଷା କାମ ବନ୍ଦ କରିବାକୁ ପଶ୍ଚିମାଞ୍ଚଳ ଏକତା ମଞ୍ଚ ସହ ସମ୍ବଲପୁରର ଜନସାଧାରଣ ଦାବି କରୁଛନ୍ତି ।

    ପଶ୍ଚିମ ଓଡ଼ିଶା ର ପ୍ରାଣକେନ୍ଦ୍ର ସମ୍ବଲପୁର ଭଳି ଏକ ପ୍ରମୁଖ ଜିଲ୍ଲାର ଜନସ୍ବାସ୍ଥ୍ୟ ବିଭାଗରେ ନା ଅଛନ୍ତି ଅଧିକ୍ଷଣ ଯନ୍ତ୍ରୀ ନା ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ । ଅଧିକ୍ଷଣ ଯନ୍ତ୍ରୀ ଇଂ.ଭଗ୍ୟଧର ମହାନ୍ତି ଙ୍କ ବଦଳୀ ପରେ ନୂଆଁ ଯନ୍ତ୍ରୀ ଅବସ୍ଥାପିତ ହୋଇନାହାଁନ୍ତି । ଉପଖଣ୍ଡିୟ ଯନ୍ତ୍ରୀ ଇଂ. ଗୁଲସନ୍ କୁମାର ଆନ୍ଦୋଳନକାରୀ ଙ୍କ ସହିତ ଆଲୋଚନା କରି ଦାବିପତ୍ର ଗ୍ରହଣ କରିଥିଲେ । ଉପରିସ୍ଥ ଅଧିକାରୀଙ୍କୁ ଏହି ବିଷୟରେ ଅବଗତ କରାଇବା ସହିତ ପାନୀୟ ଜଳ ଯୋଗାଣ ସମ୍ପର୍କିତ ଅନ୍ୟାନ୍ୟ ସମସ୍ୟା ଗୁଡ଼ିକର ଶିଘ୍ର ଓ ସ୍ଥାୟୀ ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ ।
     ଆଜି ପଶ୍ଚିମାଞ୍ଚଲ୍ ଏକତା ମଞ୍ଚ ପକ୍ଷରୁ ହୋଇଥିବା ଜନସ୍ବାସ୍ଥ୍ୟ ବିଭାଗ ର ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଓ ଏବଂ ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ହୀରାଖଣ୍ଡ ସାମୁଖ୍ୟର ଡା.ପରେଶ ଚନ୍ଦ୍ର ଦାନି, ବରିଷ୍ଠ ସାମ୍ବାଦିକ, ଶିବ ପ୍ରସାଦ ମେହେର, ବୈଦିକ ବ୍ରାହ୍ମଣ ପରିଷଦର କମଲ ଲୋଚନ ପଣ୍ଡା, ସମ୍ବଲ୍  ର ସୁବ୍ରତ ପଣ୍ଡା, ସମ୍ବଲପୁରୀ ଏକତା ମଞ୍ଚର ଶାଶ୍ଵତ ପଣ୍ଡା, ବିପ୍ଳବ ଦନସେନା, ଶୁଭମ୍ ହୋତା, ଆକାଶ ପଟ୍ଟନାୟକ, ପଶ୍ଚିମାଞ୍ଚଲ୍  ଏକତା ମଞ୍ଚର ଅନ୍ନପୂର୍ଣ୍ଣା ବାରିକ, ଭବାନୀ ଦୁଷର, କାନ୍ତି ମେହେର, ପାଙ୍କଜିନି ମେହେର, ବବିତା ପ୍ରଧାନ, ସୌମିତ୍ର ଜତି, ସନ୍ତୋଷ କୁମାର ଡାଲୁଆ, ଲଳିତ ମୋହନ ବେବର୍ତ୍ତା, ଶଙ୍କର ମେହେର, ରାହୁଲ୍ ଗୁପ୍ତା, ଲମ୍ବୋଦର ବଢେଇ, କୃଷ୍ଣ ଚନ୍ଦ୍ର ଦାସ, ଜିତେଶ ପାଣିଗ୍ରାହୀ, ଭବାନୀ ଶଙ୍କର ଭୋଇ, ମାନସ ରଞ୍ଜନ ବକ୍ସି ପ୍ରମୁଖ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026

You Might Also Like