-+91-9937148622 |

prerana_bgr@rediffmail.com |

  Monday 28th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପଂଚଭୁତରେ ବିଳୀନ ହେଲେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ କମାଣ୍ଡେଣ୍ଟ ଜଗଦିଶ ବିଶି   (28-Sep-2026)       ||      କଟକରେ ଚୋରା ପାଣି କନେକ୍ସନ ନେଇ ଅଭିଯୋଗ   (28-Sep-2026)       ||      ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   (27-Sep-2026)       ||      ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   (27-Sep-2026)       ||      ଆଦିବାସୀ ହରିଜନ ଉଚ୍ଚ ବିଦ୍ୟାଳୟ ଠାରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ   (27-Sep-2026)       ||      ବଲାଙ୍ଗିର ରେ , ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଦିନିକିଆ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ    (27-Sep-2026)       ||      ସାହାଣୀ କପ୍ ଫୁଟବଲ୍ ପଞ୍ଚମ ଦିନର ପ୍ରଥମ ମ୍ୟାଚ୍ ରେ କଟକଦଳ ର ବିପୁଳ ବିଜୟ ଓ ଦ୍ୱିତୀୟ ମ୍ୟାଚ୍ ଗଞ୍ଜାମ ନୟାଗଡ଼ ଡ୍ ହେଲା   (27-Sep-2026)       ||      *"ଶହୀଦ୍ ମାଧୋ ସିଂ ସମ୍ମାନ୍" ରେ ସମ୍ମାନୀତ ହେଲେ ଡଃ. ନୃପରାଜ ସାହୁ*   (27-Sep-2026)       ||      *ମୈଦଲପୁର ରେ ମହିମା ସମାଜ ର ନୂଆଖାଇ ଭେଟଘାଟ ଅନୁଷ୍ଠିତ*   (27-Sep-2026)       ||      ସରକାରଙ୍କ ଅଜବ ନିୟମ,ତିନି ମାସ ୩୫୦୦ ଟଙ୍କା ଲେଖାଏଁ ଭତ୍ତା ପାଇ ପୁଣି ପାଇଲେ ୧୦୦୦ ଟଙ୍କା   (27-Sep-2026)       ||      କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ତରଫରୁ ନୂଆଁଖାଇ ଭେଟଘାଟ ଯୁବ ସଂଗଠନ ସୁଦୃଢ଼ କରିବା ସହ ସାମାଜିକ ଏକତା ଉପରେ ଗୁରୁତ୍ୱ   (27-Sep-2026)       ||      ସେବା ସଂକଳ୍ପ ଅଭିଯାନ–୨୦୨୬ ଓ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସୁନ୍ଦରଗଡ଼ରେ ‘ଓଡ଼ିଶା ପ୍ରୋମୋ ରନ୍’   (27-Sep-2026)       ||      ପର୍ଯ୍ୟଟନ ସ୍ଥଳୀ ଚାନ୍ଦଲି ପାହାଡ଼ ପରିସରରେ ‘ବିଶ୍ୱ ପର୍ଯ୍ୟଟନ ଦିବସ’ ପାଳିତ    (27-Sep-2026)       ||      ବାଗବାଡ଼ି ଗ୍ରାମରେ ଅନନ୍ତ ଶୟନ ବିଷ୍ଣୁଙ୍କ ପୂଜା ମହୋତ୍ସବ   (27-Sep-2026)       ||      ପି.ପି ଏକାଡେମି ୮୯ ମେଟ୍ରିକ ବ୍ୟାଚ୍ ତରଫରୁ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ   (27-Sep-2026)       ||      ଯୋଗାଣ ସହାୟକ ଙ୍କ ଦାବି ପୁରଣ କରନ୍ତୁ ସରକାର - ନରସିଂହ   (27-Sep-2026)       ||      ଦୀପକ ଦାସ ମୃତ୍ୟୁ ଘଟଣାରେ ଜଡିତ ଅପରାଧୀଙ୍କୁ ଗିରଫ କେବେ ? : କଂଗ୍ରେସ   (27-Sep-2026)       ||      ମହାସମାରୋହରେ ହିନ୍ଦୀ ଦିବସ ପାଳିତ ‘ହିନ୍ଦୀ ହେଉ ହୃଦୟର ଭାଷା’: ମୁଖ୍ୟ ଅତିଥି   (27-Sep-2026)       ||      *ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   (26-Sep-2026)       ||      ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   (26-Sep-2026)       ||     

HOME   ରାଜ୍ୟ

ବେଙ୍ଗାଲୁରୁଠାରେ ମହାବିନାୟକ ମହୋତ୍ସବ ସମାପନ

03-Sep-2022



ବେଙ୍ଗାଲୁରୁ,(ପ୍ରେରଣା ଖବର ବ୍ୟୁରୋ) : ବେଙ୍ଗାଲୁରୁଠାରେ ଓଡ଼ିଶା ପୂଜା କମିଟି ତରଫରୁ ମହାସମାରୋହରେ ୨୮ତମ ମହାବିନାୟକ ମହୋତ୍ସବ ପାଳନ କରାଯାଇଥିବା ଜଣାଯାଇଛି । ଏହି ଉପଲକ୍ଷେ ପୂଜାସ୍ଥଳୀ ଏମ୍‌. ବିଶ୍ୱେଶରାୟ କଲେଜ ପ୍ରାଙ୍ଗଣରେ ନିର୍ମିତ ପୂଜା ମଣ୍ଡପକୁ ଦକ୍ଷିଣ ଭାରତୀୟ ମନ୍ଦିର ଶୈଳୀରେ ସଜ୍ଜା ଯାଇଥିଲା । ସକାଳ ୯ଟା ବେଳେ ମଙ୍ଗଳମୂର୍ତ୍ତି ପ୍ରତିଷ୍ଠା ଏବଂ ପୂଜାର୍ଚ୍ଚନା କାର୍ଯ୍ୟ  ଆରମ୍ଭ କରାଯାଇଥିଲା । ଦିନ ସାଢ଼େ ଏଗାରଟା ବେଳେ ଭକ୍ତମାନେ ବୁଦ୍ଧିଦାତାଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ । ଉତ୍ସବରେ ବହୁ ବରେଣ୍ୟ ପ୍ରବାସୀ ଓଡ଼ିଆ ଓ ଅଣଓଡ଼ିଆ ନେତୃବର୍ଗ ଯୋଗଦେଇଥିବା ଦେଖାଯାଇଥିଲା ।

କରୋନା ବାଧକତା ଯୋଗୁଁ ଦୀର୍ଘ ଦୁଇ ବର୍ଷର ବ୍ୟବଧାନରେ ଗଣେଶ ପୂଜା ପାଳନ କରାଯାଉଥିବାରୁ ଆୟୋଜକ ଓଡ଼ିଶା ପୂଜା କମଟିର ସଦସ୍ୟ ଓ ଶୁଭେଚ୍ଛୁମାନଙ୍କ ମଧ୍ୟରେ ଅଭୂତପୂର୍ବ ଆନନ୍ଦ, ଉତ୍ସାହ, ଉଲ୍ଲାସ ଏବଂ ଉଦ୍ଦୀପନା ପରିଲ୍ଲଖିତ କରାଯାଇଥିଲା । ବର୍ଷା ହେବା ସତ୍ତ୍ୱେ ସନ୍ଧ୍ୟାର ଷ୍ଟାର ନାଇଟ୍‌ର କାର୍ଯ୍ୟକ୍ରମକୁ ପ୍ରାୟ ୨୦ ହଜାର ଦର୍ଶକ ମନଭରି ଉପଭୋଗ କରୁଥିବାର ଦୃଶ୍ୟ ନିଆରା ଥିଲା ।

ଚଳିତ ବର୍ଷର ଷ୍ଟାର ନାଇଟର ମୁଖ୍ୟ ଆକର୍ଷଣ ଓଲିଉଡ୍ ତାରକା ବାବୁଶାନଙ୍କ ସହିତ ଦମନ ଚଳଚ୍ଚିତ୍ରର କଳାକାରବୃନ୍ଦ ଏବଂ ପ୍ରସିଦ୍ଧ ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କର ଦମ୍‌ଦାର ମଞ୍ଚାରୋହଣ ଥିଲା । ଏହି ଅବସରରେ ଆୟୋଜିତ ରଙ୍ଗାରଙ୍ଗ ସାଂସ୍କୃତିକ ଅଧୀବେଶନରେ କୁଳଦୀପ ପଟ୍ଟନାୟକ, ଅର୍ଚ୍ଚନା ପାଢ଼ୀ ଏବଂ ନବ୍ୟା ଜଇତି ପ୍ରମୁଖ ପ୍ରତିଷ୍ଠିତ କଣ୍ଠଶିଳ୍ପୀମାନେ ସେମାନଙ୍କର ଯାଦୁଗରୀ ଗାୟନରେ ଦର୍ଶକମାନଙ୍କର ବେଶ୍ ମନୋରଞ୍ଜନ କରିଥିଲେ । ପ୍ରସିଦ୍ଧ ହାସ୍ୟ ଅଭିନେତା ମଧୁସୂଦନ ମିଶ୍ର ଏବଂ ପ୍ରିତିରଞ୍ଜନ ପ୍ରଧାନ ମଧ୍ୟ ସେମାନଙ୍କର ଉଚ୍ଚକୋଟୀର କଳାଚାତୁର୍ଯ୍ୟ ପ୍ରଦର୍ଶନ କରି ଦେଖଣାହାରୀମାନଙ୍କୁ ବିଭୋର କରିଦେଇଥିଲେ । ରଜରାଣୀ ରୂପାଲୀ ପାଣିଙ୍କର ଉପସ୍ଥିତି ବି ବେଶ୍ ଆକର୍ଷକ ଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମକୁ ଦକ୍ଷ ଉପସ୍ଥାପିକା ଜ୍ୟୋତ୍ସ୍ନା ପ୍ରିୟଦର୍ଶିନୀ ସୂଚାରୁ ରୂପେ ସଂଯୋଜନା ଓ ସଂଚାଳନା କରିଥିଲେ । ସଭା ଶେଷରେ ପ୍ରାୟ ୭୦୦୦ ଶ୍ରଦ୍ଧାଳୁଙ୍କୁ ସ୍ୱାଦିଷ୍ଟ ପ୍ରସାଦରେ ଆପ୍ୟାୟିତ କରାଯାଇଥିଲା

ଉପସ୍ଥିତ ବିଶିଷ୍ଟ ଅତିଥିମାନଙ୍କ ମଧ୍ୟରେ ଅସୀମ ଓଡ଼ିଶାର ସଭାପତି କ୍ଷୀରୋଦ ଜେନା, ସମ୍ପାଦକ ନିରଞ୍ଜନ ମିଶ୍ର, ଡଃ ପ୍ରତାପ ପାଣି, ପୀତାମ୍ବର ବିଷୋୟୀ, ନିତ୍ୟାନନ୍ଦ ସାହୁ, ନିଶିକାନ୍ତ ମହାପାତ୍ର, ପାର୍ଥ ଦାଶ, ପୁନମ ମହାପାତ୍ର, ବୀନିତ ଗୁପ୍ତା, ଶ୍ରୀକାନ୍ତ ଉପାଧ୍ୟାୟ, ସଞ୍ଜୟ ସ୍ୱାଇଁ ଏବଂ ପ୍ରବୋଧ ସାମନ୍ତରା ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ । ଗତ ଗୁରୁବାର ଦିନ ଶ୍ରୀଗଣେଶଙ୍କର ପ୍ରତିମାକୁ ରୋଷଣି କରି ନିଆଯାଇ ସନ୍ଧ୍ୟା ସଢ଼େ ୫ଟାବେଳେ ଅଲ୍‌ସୁର୍ ହ୍ରଦରେ ବିସର୍ଜନ କରାଯାଇଥିବା ଜଣାଯାଇଛି ।

ସମଗ୍ର ଉତ୍ସବ ଆୟୋଜନ କରିବାରେ ଓଡ଼ିଶା ପୂଜା କମିଟିର ଉପଦେଷ୍ଟା ନୀହାର ସାମନ୍ତରା, ପ୍ରକାଶ ସାମନ୍ତରାୟ, ପିଙ୍କିସ ପ୍ରଧାନ, ସଭାପତି ହରପ୍ରସାଦ ମହାପାତ୍ର, ଉପସଭାପତି ପ୍ରଣୟ ସାହୁ, ସାଧାରଣ ସମ୍ପାଦକ ହିମାଂଶୁ ମହାପାତ୍ର, ଯୁଗ୍ମ ସମ୍ପାଦକ ବୃନ୍ଦ ପ୍ରିୟବ୍ରତ ଦାଶ, ପ୍ରଭୁଦତ୍ତ ଧଳ, ସୌମ୍ୟ ରଞ୍ଜନ ମହାନ୍ତି, ଚିନ୍ମୟ ମନୋରଞ୍ଜନ ମହାନ୍ତି, ବିନୟ ସାହୁ, ଅଜିତ ପଣ୍ଡା, ସଦସ୍ୟ ସଂଗ୍ରାମ ମହାନ୍ତି, ଅଲିଭ ତ୍ରିପାଠୀ ଏବଂ ସ୍ମୃତିରଞ୍ଜନ ପ୍ରମୁଖ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପଂଚଭୁତରେ ବିଳୀନ ହେଲେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ କମାଣ୍ଡେଣ୍ଟ ଜଗଦିଶ ବିଶି   28-Sep-2026
  ଜିଲ୍ଲା  
କଟକରେ ଚୋରା ପାଣି କନେକ୍ସନ ନେଇ ଅଭିଯୋଗ   28-Sep-2026
  ଜିଲ୍ଲା  
ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   27-Sep-2026
  ଜିଲ୍ଲା  
ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   27-Sep-2026
  ଜିଲ୍ଲା  
ଆଦିବାସୀ ହରିଜନ ଉଚ୍ଚ ବିଦ୍ୟାଳୟ ଠାରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ   27-Sep-2026
  ଜିଲ୍ଲା  
ବଲାଙ୍ଗିର ରେ , ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଦିନିକିଆ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ   27-Sep-2026
  ଜିଲ୍ଲା  
ସାହାଣୀ କପ୍ ଫୁଟବଲ୍ ପଞ୍ଚମ ଦିନର ପ୍ରଥମ ମ୍ୟାଚ୍ ରେ କଟକଦଳ ର ବିପୁଳ ବିଜୟ ଓ ଦ୍ୱିତୀୟ ମ୍ୟାଚ୍ ଗଞ୍ଜାମ ନୟାଗଡ଼ ଡ୍ ହେଲା   27-Sep-2026
  ଜିଲ୍ଲା  
*"ଶହୀଦ୍ ମାଧୋ ସିଂ ସମ୍ମାନ୍" ରେ ସମ୍ମାନୀତ ହେଲେ ଡଃ. ନୃପରାଜ ସାହୁ*   27-Sep-2026
  ଜିଲ୍ଲା  
*ମୈଦଲପୁର ରେ ମହିମା ସମାଜ ର ନୂଆଖାଇ ଭେଟଘାଟ ଅନୁଷ୍ଠିତ*   27-Sep-2026
  ଜିଲ୍ଲା  
ସରକାରଙ୍କ ଅଜବ ନିୟମ,ତିନି ମାସ ୩୫୦୦ ଟଙ୍କା ଲେଖାଏଁ ଭତ୍ତା ପାଇ ପୁଣି ପାଇଲେ ୧୦୦୦ ଟଙ୍କା   27-Sep-2026
  ଜିଲ୍ଲା  
କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ତରଫରୁ ନୂଆଁଖାଇ ଭେଟଘାଟ ଯୁବ ସଂଗଠନ ସୁଦୃଢ଼ କରିବା ସହ ସାମାଜିକ ଏକତା ଉପରେ ଗୁରୁତ୍ୱ   27-Sep-2026
  ରାଜ୍ୟ  
ସେବା ସଂକଳ୍ପ ଅଭିଯାନ–୨୦୨୬ ଓ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସୁନ୍ଦରଗଡ଼ରେ ‘ଓଡ଼ିଶା ପ୍ରୋମୋ ରନ୍’   27-Sep-2026

You Might Also Like