-+91-9937148622 |
prerana_bgr@rediffmail.com |
Saturday 13th June 2026 |
R.N.I. Regd No. ODIODI/2010/46693
Breaking News
03-Sep-2022
ବଲାଙ୍ଗିର (ପ୍ରେରଣା ଖବର) ଟ୍ରକକୁ ପିଟି ଫେରାର ମାରିଲା ଅଜଣା ଗାଡି । ଡ୍ରାଇଭର ମୃତ । ଏପରି ଏକ ଘଟଣା ଘଟିଛି ବଲାଙ୍ଗିର-ସମ୍ୱଲପୁର ଏନ.ଏଚ ୨୬ ର ଛତାମଖନା ଛକ ନିକଟରେ । ଗତକାଲି ବିଲମ୍ୱିତ ରାତିରେ ଏକ ଲାଇନ ଟ୍ରକ ବଲାଙ୍ଗିରରୁ ବରଗଡ ପଟକୁ ଯାଉଥିଲା । ଛତାମଖନା ଠାରେ ସାମ୍ନା ପଟୁ ଆସୁଥିବା ଏକ ଅଜଣା ଗାଡି ଧକ୍କା ଦେଇ ଫେରାର ମାରିଥିଲା ॥ ଅଜଣା ଗାଡିଟି ଆଉ ଏକ ଟ୍ରକ ହେଇଥିବା ଅନୂମାନ କରାଯାଉଛି । ଡ୍ରାଇଭର ଜଣକ ଭଙ୍ଗା କେବିନରେ ଚାପି ହୋଇ ଯାଇଥିଲେ । ଲୋଇସିଂହା ଏବଂ ବଲାଙ୍ଗିର ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଚିଂ, କଟର ସାହାଯ୍ୟରେ କେବିନକୁ କାଟି ଅଚେତ ଅବସ୍ଥାରେ ଥିବା ଡ୍ରାଇଭରକୁ ବାହାର କରିଥିଲେ । ଗୁରୁତର ଅବସ୍ଥାରେ ଅଗ୍ନିଶମ ବିଭାଗ ଡ୍ରାଇଭର ଜଣକୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରିଥିଲେ । ପରେ ଡାକ୍ତର ଡ୍ରାଇଭର ଜଣକୁ ମୃତ ଘୋଷଣା କରିଥିଲେ । ମୃତ ଡ୍ରାଇଭରଙ୍କ ପରିଚୟ ମିଲିପାରିନାହିଁ । ବଲାଙ୍ଗିର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।