-+91-9937148622 |
prerana_bgr@rediffmail.com |
Monday 28th September 2026 |
R.N.I. Regd No. ODIODI/2010/46693
Breaking News
03-Sep-2022
କଣ୍ଟାବାଞ୍ଜି(ଆନନ୍ଦ ମୋଟେ) :/ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇର ଦ୍ୱିତୀୟ ଦିନରେ ତୁରେକେଲା ବ୍ଳକ ଅନ୍ତର୍ଗତ ଚଟୁଅନକା ଗ୍ରାମର ଭିନ୍ନକ୍ଷମ ଛାତ୍ର ଚକ୍ରଧର ମାଝୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ ରେଡକ୍ରସ କର୍ମୀ ତଥା ରକ୍ଷକ ବିରଂଚି ନାରାୟଣ ଦାଶ।ପ୍ରକାଶ ଥାଉକି ଚକ୍ରଧର ମାଝୀ ଜଣେ ମାନସିକ ଅନଗ୍ରସର ଅଷ୍ଟମ ଶ୍ରେଣୀର ଛାତ୍ର।ତାଙ୍କର ମୁତ୍ରାଶୟରେ ମାଂସ ବଢିଥିବାରୁ ପରିସ୍ରା ସମୟରେ କଷ୍ଟ ଅନୁଭବ କରୁଥିଲେ।ତାଙ୍କ ପିତା ଶ୍ରୀ ଦାଶଙ୍କୁ ଯୋଗାଯୋଗ କରିବା ପରେ କେନ୍ଦ୍ର ସରକାରଙ୍କ ଜାତୀୟ ସ୍ୱାସ୍ଥ୍ୟ ମିଶନର ରାଷ୍ଟ୍ରୀୟ ବାଲ ବିକାଶ କାର୍ଯ୍ୟକ୍ରମ ଦ୍ୱାରା ଭୀମଭୋଇ ଭେଷଜ ମହାବିଦ୍ୟାଳୟ ଓ ଡାକ୍ତରଖାନା ବଲାଙ୍ଗୀରରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା।ସେ ସୁସ୍ଥ ହୋଇ ଘରକୁ ଫେରିବା ପରେ ଶ୍ରୀ ବିରଂଚି ନାରାୟଣ ଦାଶ, ସମାଜସେବୀ ଥମିର ଛତ୍ରିଆ ତାଙ୍କ ଘରକୁ ଯାଇ ଭେଟିଥିଲେ।ସରକାରଙ୍କ ଏହି କାର୍ଯ୍ୟକ୍ରମରେ ସେମାନେ ସୁବିଧା ପାଇଥିବାରୁ ଡାକ୍ତର ଯଶୋବନ୍ତ ସୋଠ,ଫାର୍ମାସିଷ୍ଟ ତପନ ମେହେରଙ୍କୁ ଧନ୍ୟବାଦ ଜଣେଇଥିଲେ।