-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
02-Oct-2020
ନୟାଗଡ,(Pradeep Ku. Panda)- ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ରେ ଲାଞ୍ଚ ଦିଆ କାରବାର ଜନସାଧାରଣଙ୍କର ତଣ୍ଟି ଚିପା ଯାଉଥିବା ନେଇ ଚର୍ଚ୍ଚା ସମାଜ ସେବୀଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି |କୋଭିଡ ଯୋଦ୍ଧାଙ୍କ ହାତ ସଫେଇ ଉପରେ ପ୍ରଶାସନର ନୀରବତା ସନ୍ଦେହ ଉତ୍ପନ କରୁଛି | ଦଲାଲ ମୁକ୍ତ ସ୍ୱାସ୍ଥ୍ୟସେବାର ବାଧକ ଭାବେ ଆଶାକର୍ମୀ ସରକାରଙ୍କ ଆଖିରେ ଆଙ୍ଗୁଠି ଗେଂଜିବା ଘଟଣା ସିକୁରିଟି ଗାର୍ଡଙ୍କ ମାଧ୍ୟମରେ ପର୍ଦାଫାସ ହୋଇଛି ନୟାଗଡ ଜିଲ୍ଲାରେ |ସୂଚନା ମୁତାବକ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଆଶାକର୍ମୀ ମାନେ ପ୍ରସୂତି ପାଇଁ ଆସୁଥିବା ମହିଳା ମାନଙ୍କୁ ଭୁଆଁବୁଲାଇ ଅର୍ଥ ଆତ୍ମସାତ କରିବାରେ ଅଣ୍ଟାରେ ଲୁଗା ଭିଡି ବିଭିନ୍ନ ପ୍ରକାରର ମିଛ ପ୍ରଲୋଭନ ଦେଖାଉଛନ୍ତି |ପ୍ରଶାସନ ଦଲାଲ ମୁକ୍ତ ଚିକିତ୍ସା ସେବାକୁ ଅଧିକ ଗୁରୁତ୍ୱ ପ୍ରଦାନ କରୁଥିବା ବେଳେ ଜଣେ ସିକୁରିଟି ଗାର୍ଡ କର୍ତବ୍ୟ ପରାୟଣ ହୋଇ ଜନୈକ ମହିଳା ଆଶାକର୍ମୀ ଙ୍କ ସାଙ୍ଗରେ ଦୀର୍ଘ ସମୟ ଧରି ଯୁକ୍ତି କରିବା ସହ ଦୃଢ଼ ପ୍ରତିବାଦ କରି ନିଜର ମାନବିକତାକୁ ପ୍ରସ୍ଫୁଟିତ କରାଇଛନ୍ତି ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ |ବିଶେଷ ସୂତ୍ରରୁ ଜଣାଯାଇଛି ଯେ ଡାକ୍ତର ଙ୍କ ଠାରୁ ନେଇ ମେଡିକାଲ ସ୍ୱିପରଙ୍କ ପର୍ଯ୍ୟନ୍ତ ଲାଞ୍ଚ ନେବାରେ ଅଭ୍ୟସ୍ତ ଥବା ନୟାଗଡ ଜିଲ୍ଲା ପ୍ରଶାସନ ର ଗାନ୍ଧାରୀ ନୀତିକୁ ଇନ୍ଧନ ଯୋଗାଇ ବୁଦ୍ଧିଜୀବୀ ମହଲରେ ବେଶ ଚର୍ଚ୍ଚା କରାଉଛି |ମୁଖ୍ୟ ଚିକିତ୍ସା ଅଧିକାରୀ ସୁସଚେତନ ହୋଇ ନୟାଗଡ ଜିଲ୍ଲାର ସମ୍ମାନ ରକ୍ଷା ପାଇଁ ଲାଞ୍ଚ କାରବାର ର ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଅନେକ ସମାଜ ସେବୀଙ୍କ ତରଫରୁ ଦାବି ହୋଇଛି |ନୟାଗଡ ଜିଲ୍ଲାରେ ପ୍ରତେକ ସ୍ୱାସ୍ଥ୍ୟ କେନ୍ଦ୍ରରେ ହେଉଥିବା ହାତଗୁଂଜା ଜାଲିଆତି କାରବାରର ଉପଯୁକ୍ତ ତଦନ୍ତ କରାଯାଇ ସ୍ୱାସ୍ଥ୍ୟ ସେବାକୁ ସ୍ୱଚ୍ଛଳତା ପ୍ରଦାନ କରିବା ମୁଖ୍ୟ ଚିକିତ୍ସା ଅଧିକରୀ ଙ୍କ କର୍ତବ୍ୟ |ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଶା କର୍ମୀ ଙ୍କ ରାଜ ଉପରେ ହେଉଥିବା ଅଭିଯୋଗ ର ମୁଳୋତ୍ପାଟନ କରିବା ପାଇଁ ଜିଲ୍ଲା ପ୍ରଶାସନ ନିଶ୍ଚିତ ଅଂଟାଭିଡ଼ି ବାହାରିବେ ବୋଲି ଜନସାଧାରଣ ଙ୍କ ଆଶା ରହିଛି |