-+91-9937148622 |

prerana_bgr@rediffmail.com |

  Wednesday 30th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   (29-Sep-2026)       ||      କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ    (29-Sep-2026)       ||      କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ    (29-Sep-2026)       ||      ଆଗଲପୁର ଅଙ୍ଗନୱାଡ଼ି କେନ୍ଦ୍ର ରେ ଆଙ୍ଗନ୍ କା ଉତ୍ସବ ପାଳିତ   (29-Sep-2026)       ||      *ସାହାଣୀ କପ୍ ଫୁଟବଲ୍    (29-Sep-2026)       ||      ଆଙ୍ଗନ କା ଉତ୍ସବ ପାଳିତ    (29-Sep-2026)       ||      ଫୁଲମୁଠି ଅଙ୍ଗନାୱାର୍ଡ କେନ୍ଦ୍ର ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଫୁଲମୁଠି ଅଙ୍ଗୱାର୍ଡ ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଚତୁର୍ଥ ଦିନରେ ପିତୃପକ୍ଷ ସେବା କାର୍ଯ୍ୟକ୍ରମ।   (29-Sep-2026)       ||      *ଡାବୁଗାଁ ଗୋଷ୍ଠୀ ସ୍ତରୀୟ ବିଦ୍ୟାଳୟ ସମୁହ ଖେଳ ଓ ଦୌଡକୁଦ ପ୍ରତିଯୋଗିତା ଉଦ୍ଘାଟିତ*   (29-Sep-2026)       ||      ବେଲପଡା ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା   (29-Sep-2026)       ||      *ମା ସୁରେଶ୍ଵରୀ ଙ୍କ ମନ୍ଦିର ରେ ଚଣ୍ଡୀ ଯଜ୍ଞ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ*-   (29-Sep-2026)       ||      ଜୟ ଜଗନ୍ନାଥ ଫୂଟବଲ ଟୁର୍ନାମେଣ୍ଟ ୨୦୨୬ ଉଦଯାପିତ    (29-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   (28-Sep-2026)       ||      ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   (28-Sep-2026)       ||      ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   (28-Sep-2026)       ||      ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   (28-Sep-2026)       ||      ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ    (28-Sep-2026)       ||     

HOME   ଜିଲ୍ଲା

ଜିଲ୍ଲାସ୍ତରୀୟ ବ୍ୟାଡମିନ୍ଟନ୍ ପ୍ରତିଯୋଗିତା ଉଦଯାପିତ, ସିଙ୍ଗିଲ୍‌୍ସ ରେ ଅରବିନ୍ଦ ଓ ଡବଲ୍ସ୍ ରେ ମାନଭଞ୍ଜନ ଓ ପ୍ରତୀକ ବିଜୟୀ- କୋଚ୍ ଅଭିମନ୍ୟୁ, ଅରବିନ୍ଦ ଓ କୁନି ପ୍ରତିଭା ଗୌତମ ସମ୍ବର୍ଦ୍ଧିତ

31-Aug-2022



ବଲାଙ୍ଗିର,(ପ୍ରେରଣା ଖବର)-ଆଜି ବଲାଙ୍ଗିର ଜିଲ୍ଲା ବ୍ୟାଡମିନ୍ଟନ ସଂଘ ଆନୁକୁଲ୍ୟରେ ଅନୁଷ୍ଠିତ ଜିଲ୍ଲା ସ୍ତରିୟ ବ୍ୟାଡମିନ୍ଟନ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ସ୍ଥାନୀୟ ରିଜର୍ଭ ପୋଲିସ ପଡିଆରେ ଅନୁଷ୍ଟିତ ଏହି ପ୍ରତିଯୋଗିତାର ସିଙ୍ଗିଲ୍ସ ବିଭାଗର ଫାଇନାଲରେ  ଅରବିନ୍ଦ ସାହୁ ଓ ଡବଲ୍ସ୍ ବିଭାଗ ଫାଇନାଲରେ ମାନଭଞ୍ଜନ ନାଏକ ଓ ପ୍ରତୀକ ସିଂଦେଓଙ୍କ ଯୋଡି ବିଜୟ ଲାଭ କରି ଚମ୍ପିଆନ ଆଖ୍ୟା ଅର୍ଜନ କରିଛନ୍ତି । ସେହିପରି ସିଙ୍ଗଲ୍ସ ବିଭାଗରେ ବିକ୍ରାନ୍ତ ଜାନୀ ଓ ଡବଲ୍ସ୍ ବିଭାଗରେ ଅରବିନ୍ଦ ସାହୁ ଓ ବିକ୍ରନ୍ତ ଜାନୀଙ୍କ ଜୋଡି ରନର୍ସ ଅପ୍ ହୋଇଛନ୍ତି ।  ଦୁଇ ଦିନ ବ୍ୟାପି ଏହି ଜିଲ୍ଲା ସ୍ତରିୟ ପ୍ରତିଯୋଗିତାରେ ସାରା ଜିଲ୍ଲାରୁ ପ୍ରାୟ ୮୦ ଜଣ ଖେଳାଳି ଭାଗ ନେଇ ସୁନ୍ଦର ଖେଳ ପ୍ରଦର୍ଶନ କରିଥିଲେ । ପ୍ରତିଯୋଗିତାର ପ୍ରଥମ ଦିନରେ ଲିଗ ପର୍ଯ୍ୟ୍ୟା ସମାପ୍ତ ହୋଇଥିଲା ବେଳେ ବୁଧବାର ଦିନ କ୍ୱାଟର , ସେମି ଓ ଫାଇନାଲ ମ୍ୟାଚ ଖେଳା ଯାଇଥିଲା । ଡବଲ୍ସ ବର୍ଗରେ ବେଶ ମନମୋହ

ଖେଳ ପ୍ରଦର୍ଶନ କରି ମାନଭଞ୍ଜନ ଓ ପ୍ରତୀକ ସହ ଅରବିନ୍ଦ ଓ ବିକ୍ରାନ୍ତଙ୍କ ଯୋଡି ଫାଇନାଲକୁ ଉନ୍ନିତ ହୋଇଥିଲେ । ଫାଇନାଲ ମୁକାବିଲାରେ    ମାନଭଞ୍ଜନ ଓ ପ୍ରତୀକଙ୍କ ଯୋଡି ରୋମାଞ୍ଚକର ଖେଳ ପ୍ରଦର୍ଶନ କରି ୨-୧ ରେ ବିଜୟ ଲାଭ କରି ସମସ୍ତଙ୍କୁ ଚକିତ କରି ଦେଇ ଥିଲେ । ସେହିପରି ସିଙ୍ଗଲ୍‌୍ସ ବର୍ଗର ଫଇନାଲରେ ଦୁଇ ପ୍ରତିଦ୍ୱନ୍ଦି ଅରବିନ୍ଦ ଓ ବିକ୍ରାନ୍ତଙ୍କ ମଧ୍ୟରେ କଡା ପ୍ରତିଯୋଗିତା ଦେଖିବାକୁ ମିଳି ଥିଲା । ଏହି ମ୍ୟାଚରେ ଅରବିନ୍ଦ ୨-୧ ସେଟ୍ ରେ ବିଜୟ ଲାଭ କରି ନିଜର ଚମ୍ପିଆନ ଟାଇଟଲ ବଜାୟ ରଖିଥିଲେ । ଆଜିର ଉଦଯାପନୀ ସମାରୋହରେ ଭୀମସାର ର ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗର ପ୍ରଫେସର ବେଣୁ ପାଣ୍ଡେ ମୁଖ୍ୟ ଅତିଥି ରୁପେ ଯୋଗଦେଇ କୃତି  ପ୍ରତିଯୋଗୀଙ୍କୁ ପୁରସ୍କୃତ କରିବା ସହ ଜିଲ୍ଲା ବ୍ୟାଡମିନ୍ଟନ ସଂଘର କାଯ୍ୟକଳାପକୁ ଭୁରି ଭୁରି ପ୍ରସଂଶା କରିଥିଲେ । ସେ କହିଥିଲେ  ଯେ ବଲାଙ୍ଗିର ଖେଳାଳିମାନଙ୍କ ରାଜ୍ୟ ସ୍ତରରେ ଯୋଉ ସବୁ ସଫଳତା ହାସଲ କରିଛନ୍ତି

ସେଥିରେ ଜିଲ୍ଲା ସଂଘର ଉଦ୍ୟମର  ମହକ ବେଶ ବାରି ହୁଏ । ଆଶା ଜିଲ୍ଲା ସଂଘ ଏହି ଭଳି ନୁତନ ପ୍ରତିଭାଙ୍କୁ ଗଢି ତୋଳି ରାଜ୍ୟ ଓ ଜାତୀୟ ସ୍ତରକୁ ଉନ୍ନିତ କରିବା ଜାରି ରଖିବ । ଏହି ଅବସରରେ ଲଗାତାର ଦୁଇ ଥର ରାଜ୍ୟ ଅଣ୍ଡର ନାଇନ ଚମ୍ପିଆନ ହୋଇଥିବା ଜି. ଗୌତମ, ତାଙ୍କର କୋଚ ଅଭୀମନ୍ୟୁ ବଗର୍ତ୍ତୀ ଓ ରାଜ୍ୟ ସିନିଅର ବର୍ଗର ପୁର୍ବତନ ଚମ୍ପିଆନ ଅରବିନ୍ଦ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବ୍ୟାଡମିନ୍ଟନ ସଂଘ ସଂପାଦକ ସୁରୁଲାଲ ମଟାରୀ ସମସ୍ତ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ସଭାପତି ଗୋପାଳ ପଣ୍ଡା, କାର୍ଯ୍ୟକାରୀ ସଭାପତି ପବିତ୍ର ବେହେରା, ଘନଶ୍ୟାମ ମିଶ୍ର, ର‌୍ୟାଫରି ହେମନ୍ତ ପ୍ରଧାନ, ଟେକନିକାଲ ଅଫିସର ଅନନ୍ତ ବେହେରା, ଆଶିଷ ଦର୍ଜୀ, ମାନସ ମହାନ୍ତି, ରାଜ କିଶୋର ଶତପଥି, ସିଦ୍ଧାର୍ଥ ମିଶ୍ର, ଆଲୋକ ମିଶ୍ର ପ୍ରମୁଖ ଖେଳ ପରିଚାଳନା କରିଥିବା ବେଳେ  ବ୍ୟଡମିନ୍ଟନ କୋଚ ସୁରେନ୍ଦ୍ର ନେପାଲ ପ୍ରତିଯୋଗିତା ପରିଚାଳନା କରିଥିଲେ । ସହରର ଶତାଧିକ ବ୍ୟାଡମିନ୍ଟନ ପ୍ରେମୀ ଓ କୁନି ଖେଳାଳିମାନେ ଖେଳର ମଜା ନେଇଥିଲେ । 


News Comment




Photo in News

Advertisment
Lastest News
  ଜିଲ୍ଲା  
ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   29-Sep-2026
  ଜିଲ୍ଲା  
କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ   29-Sep-2026
  ଜିଲ୍ଲା  
କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ   29-Sep-2026
  ଜିଲ୍ଲା  
ଆଗଲପୁର ଅଙ୍ଗନୱାଡ଼ି କେନ୍ଦ୍ର ରେ ଆଙ୍ଗନ୍ କା ଉତ୍ସବ ପାଳିତ   29-Sep-2026
  ଜିଲ୍ଲା  
*ସାହାଣୀ କପ୍ ଫୁଟବଲ୍   29-Sep-2026
  ଜିଲ୍ଲା  
ଆଙ୍ଗନ କା ଉତ୍ସବ ପାଳିତ   29-Sep-2026
  ଜିଲ୍ଲା  
ଫୁଲମୁଠି ଅଙ୍ଗନାୱାର୍ଡ କେନ୍ଦ୍ର ରେ ଆଙ୍କନ କା ଉତ୍ସବ   29-Sep-2026
  ଜିଲ୍ଲା  
ଫୁଲମୁଠି ଅଙ୍ଗୱାର୍ଡ ରେ ଆଙ୍କନ କା ଉତ୍ସବ   29-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଚତୁର୍ଥ ଦିନରେ ପିତୃପକ୍ଷ ସେବା କାର୍ଯ୍ୟକ୍ରମ।   29-Sep-2026
  ଜିଲ୍ଲା  
*ଡାବୁଗାଁ ଗୋଷ୍ଠୀ ସ୍ତରୀୟ ବିଦ୍ୟାଳୟ ସମୁହ ଖେଳ ଓ ଦୌଡକୁଦ ପ୍ରତିଯୋଗିତା ଉଦ୍ଘାଟିତ*   29-Sep-2026
  ରାଜ୍ୟ  
ବେଲପଡା ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା   29-Sep-2026
  ଜିଲ୍ଲା  
*ମା ସୁରେଶ୍ଵରୀ ଙ୍କ ମନ୍ଦିର ରେ ଚଣ୍ଡୀ ଯଜ୍ଞ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ*-   29-Sep-2026

You Might Also Like