-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
31-Aug-2022
ବଲାଙ୍ଗିର (ଅନ୍ତର୍ଯ୍ୟାମୀ ସାହୁ) ଆଜି ହେଉଛି ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ l ଏହି ପବିତ୍ର ଅବସରରେ ବଲାଙ୍ଗିର ପୌରପରିଷଦ ତରଫରୁ ବଲାଙ୍ଗିର ପୌରସଂସ୍ଥା କାର୍ଯ୍ୟାଳୟ ଠାରେ ଆଜି ସକାଳ ୧୦ ଘଣ୍ପା ସମୟରେ ଜାତୀୟ ପତାକା ଉତ୍ତୋଳନ ପରେ ଏକ ମାର୍ଚ୍ଚପାଷ୍ଟ ସହର ପରିକ୍ରମା କରି ସ୍ଥାନୀୟ ଟାଉନହଲ ଠାରେ ପହଞ୍ଚି ଥିଲା l ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ସ୍ଥାନୀୟ ଟାଉନ୍ ହଲ୍ ଠାରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା l ବଲାଙ୍ଗିର
ମୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ସାମି ରେଡ୍ଡୀ ଜୟଶ୍ରୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ
ବଲାଙ୍ଗିର ମୁନିସିପାଲିଟି ପୌରାଧ୍ୟକ୍ଷା ଲିଁକl ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବଲାଙ୍ଗିର ସହରର ପରିମଳ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ l ଏହି ସମାରୋହରେ ବଲାଙ୍ଗିର ମୁନିସିପାଲିଟି ଅନ୍ତର୍ଗତ 21 ଟି ୱାର୍ଡ ର କାଉନ ସିଲର ଙ୍କ ସମେତ ମୁନିସିପାଲିଟି କର୍ମଚାରୀ ମାନେ ଯୋଗ ଦେଇଥିଲେ l