-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
31-Aug-2022
ନର୍ଲା (ପ୍ରେରଣା ଖବର)
ନର୍ଲା ବ୍ଳକ ଅନ୍ତର୍ଗତ ରୁପ୍ରାରୋଡ ସରସ୍ଵତୀ ଶିଶୁ ମନ୍ଦିର ଠାରେ ବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ପ୍ରାଚୀର ପତ୍ରିକା ଜାହ୍ନବୀ ଉନ୍ମୋଚିତ ହୋଇଯାଇଛି। ଶିଶୁମାନଙ୍କ ଦ୍ଵାରା ସମ୍ପାଦିତ ଏହି ପତ୍ରିକାଟିକୁ ଭୀମକେଲା ଓ କର୍ମେ ଗ୍ରାମ ପଞ୍ଚାୟତର ଗ୍ରାମ ରୋଜଗାର ସେବକ କର୍ଣ୍ଣ ମହାନନ୍ଦ ଅତିଥି ଭାବେ ଯୋଗଦେଇ ଉନ୍ମୋଚିତ କରିଥିଲେ। ଛାତ୍ର ଛାତ୍ରୀମାନଙ୍କ ଦ୍ଵାରା ଲିଖିତ ବିଭିନ୍ନ ଗଳ୍ପ, କବିତା, ହସକଥା, ଜଣାଅଜଣା, ବୋଧକଥା, ଶିଶୁଙ୍କ ତୂଳିରେ ଚତ୍ର ଆଦି ସ୍ଥାନ ପାଇଛି। ଶିଶୁ ସମ୍ପାଦକ ରୂପେ ତେଜସ୍ବିନୀ ସୋନୀ ଓ ଇନ୍ଦିରା ପ୍ରିୟଦର୍ଶିନୀ ସାହୁ ଦାୟିତ୍ଵ ନିର୍ବାହ କରିଥିବା ବେଳେ ପ୍ରଚ୍ଛଦଶିଳ୍ପୀରେ ଜତେନ୍ଦ୍ର ଗଉଡ ରହିଥିଲେ। ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଘନଶ୍ୟାମ ଭୋଇ ଓ ସଂପାଦକ ସଞ୍ଜିବ ଦାସ ଉପସ୍ଥିତ ରହି ଶିଶୁ ଲେଖକଙ୍କ ଲେଖାକୁ ପ୍ରଶଂସା କରି ଜାହ୍ନବୀର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି। ବିଦ୍ୟାଳୟ ପକ୍ଷରୁ ପ୍ରତିବର୍ଷ ସରସ୍ଵତୀ ପୂଜା ଓ ଗଣେଶ ଚତୁର୍ଥୀରେ ପ୍ରାଚୀର ପତ୍ରିକା ଜାହ୍ନବୀ ପ୍ରକାଶିତ ହେଉଥିବା ପ୍ରଧାନାଚାର୍ଯ୍ୟ ହେମନ୍ତ କୁମାର ଭୋଇ ପ୍ରକାଶ କରିଛନ୍ତି।