-+91-9937148622 |
prerana_bgr@rediffmail.com |
Friday 2nd October 2026 |
R.N.I. Regd No. ODIODI/2010/46693
Breaking News
29-Aug-2022
ଲୋଇସିଂହା(ବିନୋଦ କୁମାର ଦୀପ) / ଗତକାଲି ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ ନିଜର ଦଳୀୟ କର୍ମୀ ମାନଙ୍କ ସହ ପୁଇଁତଲା ବ୍ଲକ ଅନ୍ତର୍ଗତ ଛତାପିପଲ ଗାଁ ପରିଦର୍ଶନ ରେ ଯାଇଥିଲେ l ଏହି ଅବସରରେ ବିଧାୟକ ଶ୍ରୀ ମହାଲିଙ୍ଗ ଗ୍ରାମବାସୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ଲୋଇସିଂହା ବ୍ଳକ କୁ ଜିଲ୍ଲା ର ଏକ ଅଗ୍ରଣୀ ବ୍ଲକ ଭବରେ ଗଢି ତୋଳିବାରେ ସମସ୍ତ ଙ୍କ ଅବଦାନ ରହିଛି ତେଣୁ ଏହି ଅବସରରେ ଶ୍ରୀ ମହାଲିଙ୍ଗ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ l ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ର ଲାଭ ଯେପରି ସାଧାରଣ ଲୋକ ପାଇପାରିବେ ସେ ନେଇ ଗ୍ରାମବାସୀ ଙ୍କ ସହ ଆଲୋଚନା କରିଥିଲେ l ପରିଦର୍ଶନ ସମୟରେ ଛତାପିପଲ ର ସରପଞ୍ଚ ଶ୍ରୀମତୀ ସାଇଲେନ୍ଦ୍ରି ମହାକୁର ଙ୍କ ସମେତ ଅଞ୍ଚଳର ବହୁ ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ|