-+91-9937148622 |
prerana_bgr@rediffmail.com |
Monday 12th October 2026 |
R.N.I. Regd No. ODIODI/2010/46693
Breaking News
15-Aug-2022
*ଜୟପୁର ସାହିତ୍ୟ ପରିବାର ଆନୂକୂଲ୍ୟରେ ଦ୍ୱିତୀୟ ରାଜ୍ୟସ୍ତରୀୟ କବି ସମ୍ମିଳନୀ ସ୍ୱତନ୍ତ୍ରତାର ଅମୃତ ମହୋତ୍ସବ ଅବସରରେ ଅନୁଷ୍ଠିତ ହେଇଯାଇଅଛି । ସୋମବାର ଅପରାହ୍ନରେ ଆଭାସୀ ମାଧ୍ୟମରେ ଇଷ୍ଟଦେବୀ ଟ୍ରଷ୍ଟ ଚେୟାରମ୍ୟାନ୍ ଶ୍ରୀ କୈଳାସ ଚନ୍ଦ୍ର ତ୍ରିପାଠୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଶିବି୍ରେ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ କେନ୍ଦ୍ରିୟ ବିଶ୍ବବିଦ୍ଯାଳୟ ଓଡି଼ଶାର ଓଡି଼ଆ ବିଭାଗର ସହକାରୀ ପ୍ରାଧ୍ୟାପିକା ଡ଼. ରୁଦ୍ରାଣୀ ମହାନ୍ତି ଯୋଗଦେଇଥିବା ସ୍ଥଳେ ସମୀକ୍ଷକ ଭାବେ ଯୋଗଦେଇଥିଲେ କେନ୍ଦୁଝର ରୁ ବିଶିଷ୍ଟ କବି ତଥା ଶିକ୍ଷକ ଦ୍ୱୟ ସର୍ବଶ୍ରୀ ସୁରେନ୍ଦ୍ରନାଥ ଜେନା ଓ ନାରାୟଣ ଚନ୍ଦ୍ର ବୋଇତାଇ । ସଭାରେ ସଂଯୋଜନା କରିଥିଲେ ଜୟପୁର ସାହିତ୍ୟ ପରିବାର ର କାର୍ଯ୍ୟକାରୀ ସମ୍ପାଦକ ଶ୍ରୀ ଅରୁଣ କୁମାର ତ୍ରିପାଠୀ ଏହି ଅବସରରେ ସମ୍ପାଦିତ ପୁସ୍ତକ କାବ୍ୟାଞ୍ଜଳୀ ଓ ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମାଁ ମଝିଘରିଆଣୀ ଙ୍କ ଉପରେ ଅରୁଣ କୁମାର ତ୍ରିପାଠୀଙ୍କ ଲିଖିତ ପୁସ୍ତକ ଲୋକାର୍ପିତ ହେଇଥିଲା । ସୂଚନାଯୋଗ୍ୟଯେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଜୟପୁର ସାହିତ୍ୟ ପରିବାର ତରଫରୁ ଭାରତ ସରକାରଙ୍କ ଆଇଏସ୍ ବିଏନ୍ ମାନ୍ୟତାପ୍ରାପ୍ତ ପୁସ୍ତକ ପ୍ରକାଶ କରି ସାରସ୍ୱତ ଜଗତକୁ ବର୍ଷର ବିଭିନ୍ନ ସମୟରେ ଏହିଭଳି ଉତ୍ସବ ଅନୁଷ୍ଠିତ କରାଯାଉଅଛି ।ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୨୨ ଜଣ କବିଙ୍କୁ ଏଥିରେ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା ।