-+91-9937148622 |
prerana_bgr@rediffmail.com |
Monday 12th October 2026 |
R.N.I. Regd No. ODIODI/2010/46693
Breaking News
15-Aug-2022
ପଦ୍ମପୁର: ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ପଦ୍ମପୁର ରେ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି ।ଶିଶୁ ମନ୍ଦିର ପରିସରରେ ସ୍ଥାନୀୟ ସମ୍ପାଦକ ଶ୍ରୀଯୁକ୍ତ ଜନକଲାଲ ମେହେର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଦୀପ ପ୍ରଜ୍ୱଳନ କରି ପତାକା ଉତ୍ତୋଳନ କରି ପ୍ୟାରେଡ଼ ଉତ୍ସବ ଅଭିବାଦନ ଗ୍ରହଣ କରିଥିଲେ ।ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଯୁବରାଜ ପଧାନ ସ୍ୱାଗତ ଭାଷଣ ପ୍ରଦାନ କରି ଅତିଥି ପରିଚୟ ପ୍ରଦାନ କରିଥିଲେ ।ଅନ୍ୟତମ ଅତିଥି ଭାବରେ ଶ୍ରୀଯୁକ୍ତ ଗୋପାଳ ଚନ୍ଦ୍ର ମିଶ୍ର (ସହ ସମ୍ପାଦକ) ଯୋଗଦେଇ ଥିଲେ ।ପ୍ରଦୀପ ଗୁରୁଜୀ ସଂଯୋଜନା କରିଥିଲେ ।ପର୍ଯାୟ ପ୍ରମୁଖ ମିନତୀ ଗରୁମା ଧନ୍ୟବାଦ ଅର୍ପଣ କରିଥିଲେ ।ପରପରେ ଘୋଷବାଦ୍ୟ ସହ ପ୍ୟାରେଡ଼ ଅନୁଷ୍ଠିତ ହୋଇଥିଲା ଏବଂ ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ତ୍ରିରଙ୍ଗା ଶୋଭାଯାତ୍ରାରେ ରେ ସମସ୍ତ ଗୁରୁଜୀ ଗୁରୁମା ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।ଠିକ୍ ସେହିପରି ବିଦ୍ୟାମନ୍ଦିର ପରିସରରେ ଶ୍ରୀଯୁକ୍ତ ପୃଥିରାଜ ସାହୁ ମୁଖ୍ୟ
ଅତିଥି ଭାବରେ ଯୋଗ ଦେଇ ଦୀପ ପ୍ରଜ୍ୱଳନ କରି ପତାକା ଉତ୍ତୋଳନ କରିଥିଲେ ।ଚୈତନ୍ୟ ଭୋଇ ବିଦ୍ୟାମନ୍ଦିର ପ୍ରମୁଖ ଅତିଥି ପରିଚୟ ପ୍ରଦାନ କରିଥିଲେ ।କଲ୍ୟାଣ ଗୁରୁମା କାର୍ଯ୍ୟକ୍ରମ ର ସଂଯୋଜନା କରିଥିବାବେଳେ ଦେବରାଜ ଗୁରୁଜୀ ଧନ୍ୟବାଦ ଅର୍ପଣ କରିଥିଲେ ।ସମସ୍ତଗୁରୁଜୀ ଗୁରୁମା ଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ଟି ସଫଳତା ଲାଭ କରିଥିଲା ।