-+91-9937148622 |
prerana_bgr@rediffmail.com |
Tuesday 13th October 2026 |
R.N.I. Regd No. ODIODI/2010/46693
Breaking News
15-Aug-2022
ବଲାଙ୍ଗିର ( ପୁର୍ଣ୍ଣ ଶଶୀ ଶେଖର ରାଓ ):ପାଟଣାଗଡ଼ ଉପଖଣ୍ଡ ସ୍ତରୀୟ ୭୬ ତମ ସ୍ଵାଧିନତା ଦିବସ ସ୍ଥାନୀୟ ରମାଇଁ ହାଇସ୍କୁଲ ଖେଳ ପଡିଆ ଠାରେ ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ କୋଭିଡ କଟକଣା ଓ ସାମାଜିକ ଦୂରତା ମଧ୍ୟରେ ଉପଖଣ୍ଡ ସ୍ତରୀୟ ୭୬ତମ ସ୍ଵାଧିନତା ଦିବସ ପାଳନ ହୋଇଯାଇଛି ।ଏହି ଅବସରରେ ପ୍ରତ୍ୟୁଷରୁ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ସମଗ୍ର ସହରରେ ରାମଧୁନ ପରିବେଷଣ କରାଯାଇଥିଲା । ସକାଳ ୭ ଘଣ୍ଟ ସମୟରେ ସହରର ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ଜାତୀୟ ପତାକା ଉତ୍ତୋଳନ ହୋଇଥିଲା । ପରେ ପରେ ସ୍ଥାନୀୟ ସହରର ବିଭିନ୍ନ ଛକ ଗୁଡିକଥିବା ମହାପୁରୁଷ ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା । ରମାଇଁ ହାଇସ୍କୁଲ ଖେଳ ପଡିଆରେ ଆୟୋଜିତ ଉତ୍ସବରେ ସ୍ଥାନୀୟ ତହସିଦାର ଡ଼ ପୁଷ୍ପାଞ୍ଜଲି ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଦେଶ ଓ ଜାତି ଉଦେଶ୍ୟରେ ଅଭିଭାଷଣ ରଖିଥିଲେ । ମହାମାରୀ କରୋନା ଭୁତାଣୁ ଏବଂ ସରକାରଙ୍କ ନିୟମକୁ ପାଳନ କରି ଚଳିତ ବର୍ଷ ସାମୁହିକ ପ୍ୟାରେଡ଼ ହୋଇନାହିଁ ।ଏହି ଉତ୍ସବରେ ସ୍ଥାନୀୟ ଏସଡିପିଓ ଜ୍ୟୋର୍ତିମୟ ଭୁକ୍ତା ସହକାରୀ ଜିଲ୍ଲାପାଳ କ୍ଷିରୋନ୍ଦ୍ର ଚନ୍ଦ୍ର ସାହୁ ଥାନା ଭାରପ୍ରାପ୍ତ ଅଧିକାରୀ ଅନନ୍ତ ପ୍ରଧାନ, ବ୍ରଜକିଶୋର ପଣ୍ଡା , ଏନଏସି ଅଧ୍ୟକ୍ଷା ମାନସୀ ବିଶ୍ଵାଲ, ଏନ୍ ଏ ସି କାର୍ଯ୍ୟନିବାର୍ହି ଅଧିକାରୀ ଗୌରହରୀ ମହନ୍ତ , ପ୍ରମୁଖ ଉପସ୍ଥିତ ଥିଲେ । ଏହି ଉତ୍ସବରେ ଏନ୍ ଏସି ର ସମସ୍ତ କର୍ମଚାରୀ ,ଅଗ୍ନିଶମ ବଭିଗ ,ସ୍ଵାସ୍ଵ ବିଭାଗ ସହ ଅନ୍ୟ ଅଧିକାରୀ କର୍ମଚାରୀ ରହି ଥିବା ବେଳେ ଲୋକ ସୂଚନା ଅଧିକାରି ସଞ୍ଜିବ ମହାନ୍ତି ପରିଚାଳନାରେ ସହଯୋଗ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।