-+91-9937148622 |
prerana_bgr@rediffmail.com |
Tuesday 13th October 2026 |
R.N.I. Regd No. ODIODI/2010/46693
Breaking News
15-Aug-2022
ବଲାଙ୍ଗିର (ପ୍ରେରଣା ଖବର) ଆଜି ଜେ .ଏସ. ଏମ, ବାଣିଜ୍ୟ ମହାବିଦ୍ୟାଳୟରେ ୭୬ତମ ସ୍ୱାଧୀନତା ଦିବସ ପାଲନ ହୋଇଅଛି | ମୁଖ୍ୟ ଅତିଥି ଶ୍ରୀ ବାମଦେବ ମିଶ୍ର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷ୍ୟକ ଟାଉନ ବାଳକ ଉଚ୍ଚ ବିଦ୍ୟାଲୟ, କଲେଜ ପରାର୍ମଶ ଦାତା ଶ୍ରୀ ପିତବାସ ପଣ୍ଡା, କଲେଜ ଅଧ୍ୟକ୍ଷ ଶ୍ରୀ ଶ୍ରୀକାନ୍ତ ଶର୍ମା, ବଲାଙ୍ଗିର ଜେ.ସି.ଆ ର ସମସ୍ତ ସଭ୍ୟସଭ୍ୟା
ତଥା କଲେଜର ସମସ୍ତ ଶିକ୍ଷକ ଶିକ୍ଷ୍ୟୟତ୍ରୀ ପୁଣି ଛାତ୍ରଛାତ୍ରୀମାନଙ୍କ ଉପସ୍ଥିତିରେ ଜାତିୟ ପତକା ଉତ୍ତୋଳନ କରାଯାଇଥିଲା | ମୁଖ୍ୟ ଅତିଥି ଶ୍ରୀ ବାମଦେବ ମିଶ୍ର ସ୍ୱାଧୀନତା ଦିବସ ଉପରେ ତାଙ୍କରି ଭାଷଣରେ ଗଣତନ୍ତ୍ର ବଜାଇ ରଖିବା ଆମର କର୍ତ୍ତବ୍ୟ ବୋଲି ପ୍ରକାଶ କରି ଶିକ୍ଷକ ଶିକ୍ଷ୍ୟୟତ୍ରୀ ପୁଣି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ | ପୁଣି କଲେଜ ମଧ୍ୟରେ ସ୍ୱାଧୀନତା ଦିବସ ଅବସରରେ ହୋଇଥିବା ପ୍ରତିଯୋଗିତାରେ ବିଜୟୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା |
ଏହା ପରେ “୭୬ତମ ସ୍ୱାଧୀନତାର ଅମୃତ ମହୋତ୍ସବ” ଅବସରରେ ଜେ .ଏସ. ଏମ, ବାଣିଜ୍ୟ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ଥାନୀୟ ପାଟଣାଛକ ସ୍ଥିତ ଭେଣ୍ଡିଂ ଜୋନ୍ ଠାରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ (ଷ୍ଟ୍ରିଟ୍ ସୋ) ଆୟୋଜିତ ହୋଇଥିଲା | 189 ବାଟାଲିୟନ CRPFର କମାଣ୍ଡାଣ୍ଟ ଶ୍ରୀ ପୱନ କୁମାର ତିୱାରୀଙ୍କ ଓ ପ୍ରଗତି ବାଦି ଖବର କାଗଜର ସାମ୍ବାଦିକ ଶ୍ରୀ ପୁର୍ଣଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବରେ ରହିଥିଲେ | ଶ୍ରୀ ପୱନ କୁମାର ତିୱାରୀ ତାଙ୍କରି ଭାଷଣରେ ଉତ୍ସାହିତ କରି କହିଥିଲେ ଯେ ଆମ ଦେଶ ଅନେକ ଦିନରୁ ସ୍ୱାଧିନତା ପାଇଛି ମାତ୍ର ବର୍ତ୍ତମାନ ଆମ ଦେଶକୁ ଉନ୍ନତିର ପଥରେ ଆଗେଇ ନେବାର ଆମର କର୍ତ୍ତବ୍ୟ ରହିଛି ବୋଲି ପ୍ରକାଶ କରିଥିଲେ | କଲେଜ ର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଲୋକଙ୍କୁ ଦେଶ ପ୍ରେମ, ଦେଶଭକ୍ତି ପୁଣି ଏକତା ଉପରେ ସଚେନ କରିଥିଲେ | ଶ୍ରୀ
ପୁର୍ଣଚନ୍ଦ୍ର ପଣ୍ଡା ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ଆପଣା ଆନନ୍ଦ ପ୍ରକାଶ କରିଥିଲେ | କଲେଜର ଅଧ୍ୟକ୍ଷ ଶ୍ରୀ ଶ୍ରୀକାନ୍ତ ଶର୍ମା ପ୍ରକାଶ କରି କହିଥିଲେ ଯେ ବିଗତ ଦିନଗୁଡିକରେ ସ୍ୱାଧିନତା ଦିବସ ପାଳନ କେବଳ ଆନୁଷ୍ଠାନିକ ଭାବରେ ହେଉଥିଲା ମତ୍ର ଏହି ବର୍ଷ ପ୍ରତ୍ୟେକ ପରିବାର ମଧ୍ୟରେ ପ୍ରତ୍ୟେକ ବକ୍ତି ମଧ୍ୟରେ ହେଉଥିବାରୁ ଅତିଆନନ୍ଦ ର ବିଷୟ ଅଟେ |