-+91-9937148622 |
prerana_bgr@rediffmail.com |
Tuesday 13th October 2026 |
R.N.I. Regd No. ODIODI/2010/46693
Breaking News
15-Aug-2022
ବଲାଙ୍ଗୀର(ଅନ୍ତର୍ଯ୍ୟାମୀ ସାହୁ)- ବଲାଙ୍ଗୀର ଜଙ୍ଗଲ ବିଭାଗ ତରଫରୁ ଆଜାଦି କି ଅମୃତ ମହୋତ୍ସବ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗୀର ଡିଏଫ୍ଓ ନିତୀଶ କୁମାର ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଦେଶର ମହାନ ବରପୁତ୍ରଙ୍କ ବଳିଦାନ ସଂପର୍କରେ ସ୍ମୃତିଚାରଣ କରିଥିଲେ । ବନ ସଂରକ୍ଷଣ ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ଜଙ୍ଗଲ ବିଭାଗ ହାତକୁ ନେଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜଙ୍ଗଲ ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଶେଷରେ ଜନସାଧାରଣଙ୍କୁ ମିଷ୍ଟାନ୍ନ ବଂଟନ କରାଯାଇଥିଲା ।