-+91-9937148622 |
prerana_bgr@rediffmail.com |
Tuesday 13th October 2026 |
R.N.I. Regd No. ODIODI/2010/46693
Breaking News
15-Aug-2022
ବଲାଙ୍ଗିର (ପ୍ରେରଣା ଖବର) ଦମକିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ୭୬ତମ ସ୍ବାଧୀନତା ଦିବସ ପାଳିତ ହୋଇ ଯାଇଛି । ବିଦ୍ୟାଳୟ ପରିଚାଳନା କମିଟୀର ସଭାପତି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପତାକା ଉତ୍ତୋଳନ କରି ଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ସବିତା ଭୋଇ ଅମୃତମହୋତ୍ସବର ଉଦ୍ଦେଶ୍ୟ ଓ ସ୍ବାଧୀନତା ସଂଗ୍ରାମୀଙ୍କ ଅବଦାନ ସହ ସଶକ୍ତ ଭାରତ ଗଠନରେ ଛାତ୍ରଛାତୀଙ୍କ କର୍ତ୍ତବ୍ୟ ସମ୍ବନ୍ଧରେ ଅଭିଭାଷଣ ରଖିଥିଲେ । ସହଶିକ୍ଷକ ସତ୍ୟ ନାରାୟଣ ସାହୁ, ଦେବରାଜ ପଧାନ, ସ୍ନିଗଧା ମୟୀ ଯୋଶୀ , ଉର୍ବଶୀ ରାଜହଂସ ,ସଂଦୀପ କୁମାର ସାହୁ, ଅନୀମା ପଧାନ ଛାତ୍ରଛାତୀଙ୍କୁ ଉଦବୋଧନ ଦେଇଥିଲେ । ବକ୍ତୃତା ,ଚିତ୍ରାଙ୍କନ,ସଂଗୀତ ପ୍ରତିଯୋଗୀତାର ବିଜୟୀ ଛାତ୍ରଛାତୀଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା । ବିଦ୍ୟାଳୟ ପରିଚାଳନା କମିଟୀର ମୋହନ ନାଏକ, ତପସ୍ବିନୀ ସେଠ, ଝୁନିତା କନ୍ଧେର, ଅଙ୍ଗନଓ୍ବାଡି କର୍ମୀ ଲକ୍ଷ୍ମୀତାଣ୍ଡି ସହଯୋଗ କରି ଥିଲେ ।