-+91-9937148622 |
prerana_bgr@rediffmail.com |
Tuesday 13th October 2026 |
R.N.I. Regd No. ODIODI/2010/46693
Breaking News
15-Aug-2022
ବଲାଙ୍ଗୀର ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ଭାରତ ବର୍ଷ ର ୭୫ ତମ ସ୍ୱାଧୀନତା ଦିବସ ଅମୃତ୍ମହାତ୍ସବ ମହାସମାରୋହ ରେ ପାଳନ କରିଛି l ବଲାଙ୍ଗୀର ଏଲ୍ ଆଇ ସି ଅଫିସ ପଛ ପଟେ ଶ୍ରୀ ସୁନୀଲ ଚନ୍ଦ୍ର ବିଶ୍ୱାଳ Addl Gen Secy ଙ୍କ ଘର ସାମ୍ନାରେ ରେ ପତକା ଉତ୍ତୋଳନ କରାଯାଇଥିଲା l ମଞ୍ଚ ର ବୟସ୍କ ସଦସ୍ୟ ଶ୍ରୀ ଅମର ସିଂ ମେହେର ଜାତୀୟ ପତାକା ଉତ୍ତୋଳନ କରିଥିଲେ l ଜାତୀୟ ସଂଗୀତ ଗାନ ହେଲା ସମବେତ କଣ୍ଠରେ ଓ ଶ୍ରୀ ମେହେର ଉଦବୋଧନ ଦେଇଥିଲେ l ଚିତ୍ତରଞ୍ଜନ ପଟେଲ ଓ ପଦ୍ମ ଚରଣ ଆଚାର୍ଯ୍ୟ ମଧ୍ୟ ଉଦବୋଧନ ଦେଇଥିଲେ l ଚନ୍ଦ୍ରଶେଖର ନଗର ର ଅନେକ ବୁଦ୍ଧିଜୀବୀ ଓ ପଡlବାସୀ ଉପସ୍ଥିତ ରହି ଉତ୍ସାହିତ କରିଥିଲେ l ପରିଶେଷରେ ଅତିରିକ୍ତ ସାଧରଣ ସମ୍ପାଦକ ଶ୍ରୀ ବିଶ୍ଵୱାଲ ଧନ୍ୟବାଦ ଦେଇଥିଲେ l ଏହି ଉତ୍ସବ ପରିଚାଳନ କରିଥିଲେ ସଭାପତି ପ୍ରଭାକର ମିଶ୍ର l ଶ୍ରୀ ମନୋରଞ୍ଜନ ମିଶ୍ର ସାଧରଣ ସାମ୍ପାଦକ, ନରେନ୍ଦ୍ର କବାଟ, କୋଷାଧକ୍ଷ ବିନୟ ମିଶ୍ର ସଂଗଠନ ସମ୍ପାଦକ, ବିରଞ୍ଚି ହୋତା ଉପସଭlପତି, ମାଳିଆ ଗଡୁଆ, ଗୋପାଳ କୃଷ୍ଣ ମିଶ୍ର, ପୂର୍ଣ୍ଣଚନ୍ଦ୍ର ମେହେର, ହରେକୃଷ୍ଣ ମେହେର ଚୁଡ଼ଏନ୍ଦ୍ର ବେହେରା, ମାଥାମନୀ ପଣ୍ଡା, ଅଶୋକ ଚାନ୍ଦ, ସୁରେନ୍ଦ୍ର ନେଗୀ, ମୁନିଦ୍ର କୁମାର ମିଶ୍ର, ପ୍ରମୋଦ ଗୁରୁ ପ୍ରମୂଖ ଉପସ୍ଥିତ ଥିଲେ l