-+91-9937148622 |
prerana_bgr@rediffmail.com |
Tuesday 13th October 2026 |
R.N.I. Regd No. ODIODI/2010/46693
Breaking News
14-Aug-2022
ନାକଟିଦେଉଳ(କନ୍ଦର୍ପ ବେହେରା): ନାକଟିଦେଉଳ ମହାଵିଦ୍ୟାଳୟ ରେ ମଧୂବନ ସାହିତ୍ୟ ସଂସ୍କୃତି ସଂସଦ ଦ୍ଵାରା ଆୟୋଜିତ ମେହେର ଜୟନ୍ତୀ ପାଳିତ ହୋଇଯାଇଛି ା ଭୀମଭୋଇ ମହାବିଦ୍ୟାଳୟର ଅଵସରପ୍ରାପ୍ତ ଅଧ୍ୟକ୍ଷ ଡକ୍ଟର୍ ଵାଲାଦିତ୍ୟ ବିକାଶ ଶ୍ରୀଚନ୍ଦନ ସିଂହ ମୁଖ୍ୟଅତିଥି ଭାବରେ ଯୋଗଦେଇ ଗଙ୍ଗାଧର ମେହେରଙ୍କ କାବ୍ୟପ୍ରତିଭା ସଂପର୍କରେ ଆଲୋଚନା କରିଥିଲେ ।ସଂସଦର ସଭାପତି ଶ୍ରୀ ରଘୁନାଥ ପ୍ରଧାନ ଙ୍କ ଅଧ୍ୟକ୍ଷତା ଓ କାର୍ଯ୍ୟକାରୀ ସଭାପତି ଡକ୍ଟର୍ ସରସୀରାଣୀ ନାୟକଙ୍କ ପରିଚାଳନା ରେ ଅନୁଷ୍ଠିତ ଆଲୋଚନା ସଭାରେ କବି ଶ୍ରୀ ହରିହର ସାହୁ ଗଙ୍ଗାଧର ଙ୍କ କାବ୍ୟକବିତା ର ବୈଶିଷ୍ଠତା ସମ୍ପର୍କରେ ଆଲୋକପାତ କରିଥିବା ଵେଳେ ଅଧ୍ୟାପକ ଭଜମୋହନ ପ୍ରଧାନ ସ୍ଵଭାଵ କଵି ଙ୍କ ର ପ୍ରଣୟ ବଲ୍ଲରୀ କାବ୍ୟ ରେ ନାରୀର ଭୂମିକା ଵିଷୟ ରେ ଆଲୋଚନା କରିଥିଲେ । ଅନୁଷ୍ଠାନର ଉପସଭାପତି ଶ୍ରୀ ସୁଧୀର କୁମାର ସାହୁ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିବାଵେଳେ ସମ୍ପାଦକ ଶ୍ରୀ ସୁଶାନ୍ତ ସାହୁ ବିଵରଣୀ ପାଠ କରିଥିଲେ ।ଶ୍ରୀ ବିଜୟ କୁମାର ସାହୁଙ୍କ ପରିଚାଳନା ରେ ସରସ୍ଵତୀ ଶିଶୁ ମନ୍ଦିର ର ଛାତ୍ର ଛାତ୍ରଛାତ୍ରୀ ଆଭିପ୍ସା,ଜଗା, ଚାନ୍ଦିନୀ, ଵିଜୟଲଖ୍ମୀ,ଗାୟତ୍ରୀ,ଶୁଭମ୍,ପ୍ରିୟାଙ୍ଗ୍ସୁ,ଦୁଶ୍ମନ୍ତ ଓ ରୋଶନ୍ ସ୍ଵଭାଵ କବିଙ୍କ କଵିତା ଆଧାରିତ ସଙ୍ଗୀତ ପରିବେଷଣ କରିଥିଲେ । ଡ଼ ଦୀପେନ କୁମାର ପଟ୍ଟନାୟକ ଙ୍କ ସଂଯୋଜନା ରେ ଆୟୋଜିତ କବିତା ପାଠୋତ୍ସବ ରେ ହରିହର ସାହୁ, ଗୀତାରାଣୀ ସାହୁ,ରଘୁନାଥ ପ୍ରଧାନ, ଉପେନ୍ଦ୍ର ନାୟକ,ଅଚ୍ୟୁତାନନ୍ଦ ଵିଶ୍ଵାଳ, କନ୍ଦର୍ପ ଵେହେରା, ନୀଳମଣି ମୁଣ୍ଡା ଓ ବିଜୟ ସାହୁ ପ୍ରମୁଖ ସ୍ଵରଚିତ କଵିତା ପାଠ କରିଥିଲେ । ଅଧ୍ୟାପିକା ଆର୍ ପୃଷ୍ପାନ୍ଜଳି ଧନ୍ୟବାଦ ଅର୍ପଣ କରିଥିଲେ ।