-+91-9937148622 |
prerana_bgr@rediffmail.com |
Tuesday 13th October 2026 |
R.N.I. Regd No. ODIODI/2010/46693
Breaking News
14-Aug-2022
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ) ଆଜି ସୁବର୍ଣ୍ଣପୁର ର ବିଜୁ ପଟ୍ଟନାୟକ ମହାବିଦ୍ୟାଳୟ, ସ୍ୱଚ୍ଛ ଭାରତ ସଂଗଠନ, ନେହେରୁ ଯୁବକ ସଂଘ ସମେତ ସହର ର ଅନେକ ଅନୁଷ୍ଠାନ ପକ୍ଷରୁ ଭିନ୍ନ ଭିନ୍ନ ଢଙ୍ଗ ରେ ହର ଘର ତ୍ରିରଙ୍ଗା ମହୋତ୍ସବ ପାଳନ
କରାଯାଇଥିଲା l ସ୍ୱଚ୍ଛ ଭାରତ ସଂଗଠନ ପକ୍ଷରୁ ସକାଳ 7 ଟା ରେ ଜ଼ିଲ୍ଲାପାଳ କାର୍ଯ୍ୟଳୟ ରାସ୍ତା ରେ ପଦଯାତ୍ରା, ମହିଳା ମହାବିଦ୍ୟାଳୟ ପକ୍ଷରୁ ପଦ ଯାତ୍ରା ଦ୍ୱାରା ସହର ପରିକ୍ରମା,
ଏବଂ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ବାଇକ ରାଲି କରି ସମସ୍ତ ଅନୁଷ୍ଠାନ ଦ୍ୱାରା ଭାରତ ମାତା ଙ୍କ ଜୟ ଜୟ ଗାନ ଓ ବିଭିନ୍ନ ସ୍ଲୋଗାନ କରାଯାଇ ଜନସାଧାରଣ ଙ୍କ ମନରେ ଦେଶ ପ୍ରେମ ର ଭାବନା ଜାଗ୍ରତ କରାଯାଇଥିଲା l