-+91-9937148622 |
prerana_bgr@rediffmail.com |
Wednesday 14th October 2026 |
R.N.I. Regd No. ODIODI/2010/46693
Breaking News
14-Aug-2022
ଡୁଙ୍ଗରିପାଲି(ରତ୍ନାକର ମିଶ୍ର): ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗରିପାଲିଠାରେ ସାହିତ୍ୟ ଓ ସାଂସ୍କୃତିକ ସଂସଦ ପକ୍ଷରୁ ସ୍ବଭାବକବି ଗଙ୍ଗାଧର ମେହେରଙ୍କର ୧୬୧ତମ ଜୟନ୍ତୀ ପାଳିତ ହୋଇଯାଇଛି । ସ୍ଥାନୀୟ ରୟାଲ୍ ପ୍ୟାଲେସ୍ ଠାରେ ଅନୁଷ୍ଠିତ ଏହି ଜୟନ୍ତୀଉତ୍ସବ ଉପଲକ୍ଷେ ଅନୁଷ୍ଠିତ ପାରାୟଣକୁ ଲକ୍ଷ୍ମୀଧର ନାୟକ ଓ ସୁରେଶ ପ୍ରଧାନ ଉଦ୍ ଘା ଟନ କରିଥିବାବେଳେ ସମ୍ପାଦକ ଅମୂଲ୍ୟ ବେହେରା ସଭାପରିଚାଳନା କରିଥିଲେ । ଦାଶରଥୀ ବେହେରା , ଅଶୋକ ଓ ସାଥୀ ପାରାୟଣ ପରିବେଷଣ କରିଥିବାବେଳେ ଘନଶ୍ୟାମ ମେହେର ଆଲୋଚକ ଭାବେ ଯୋଗ ଦେଇଥିଲେ ।
ଶୁଭଲାଲ ସାହୁ ଓ ସୁସ୍ମିତା ଦାଶଙ୍କ ସଂଯୋଜନାରେ ଗଙ୍ଗାଧର ଆଧାରିତ କବିତାପାଠ କରାଯାଇଥିଲା । ବହୁ ସ୍ଥାନୀୟ କବି ଓ କବୟତ୍ରୀମାନେ ସ୍ବରଚିତ କବିତାପାଠ କରିଥିଲେ । ବିପ୍ର ଚରଣ ସାହୁ ଏଥିରେ ଧନ୍ୟବାଦ ଦେଇଥିଲେ ।
ଏହି ଉପଲକ୍ଷେ ଏକ ସାରସ୍ବତ ସମାରୋହ ଅନୁଷ୍ଠିତ ହୋଇଥିଲା । ଆୟୁଷ୍କାନ ବୈଭବ ମହାପାତ୍ର ସ୍ବାଗତ ସଂଗୀତ ପରିବେଷଣ କରିଥିବା ସହ ରାଧାକାନ୍ତ ଗଡତିଆ ସ୍ବାଗତ ଭାଷଣ ଦେଇଥିଲେ । ଏହି ଅବସରରେ ଦିବ୍ୟଜୀବନ ସଂଘ , ଡୁଙ୍ଗରିପାଲି ଶାଖାର ' ଦିବ୍ୟାଲୋକ ' ପତ୍ରିକାର ୪ର୍ଥ ବର୍ଷ ୩ୟ ସଂଖ୍ୟା ଏବଂ କବି ବନମାଳୀ ମେହେରଙ୍କର ରଚିତ ଭଜନମାଳା ' ଅର୍ପଣ ' ଉନ୍ମୋଚିତ ହୋଇଥିଲା । ସଭାପତି ସୁବାସ ଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାହିତ୍ୟସଭାରେ ବଲାଙ୍ଗୀରର ' ଦୃଷ୍ଟିପାତ ' ର ସମ୍ପାଦକ ତଥା ବିଶିଷ୍ଟ ସାମ୍ବାଦିକ ଓ ଲେଖକ ମଳୟ ମିଶ୍ର ମୁଖ୍ୟ ଅତିଥି ଏବଂ ରେମେଣ୍ଡା ମହାବିଦ୍ୟାଳୟର ଅଧ୍ୟାପକ ଝସକେତନ ପ୍ରଧାନ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ । ଅଧ୍ୟାପକ ପ୍ରଧାନ ତାଙ୍କ ଗଭୀର ଭାବବ୍ୟଞ୍ଜକ ଗଙ୍ଗାଧର ସାହିତ୍ୟର ତର୍ଜମାରେ ଶ୍ରୋତାଙ୍କୁ ଦୀର୍ଘସମୟ ପର୍ଯ୍ୟନ୍ତ ମନ୍ତ୍ରମୁଗ୍ଧ କରିଦେଇଥିବା ବେଳେ ମୁଖ୍ୟଅତିଥି ଶ୍ରୀ ମିଶ୍ର ଗଙ୍ଗାଧରଙ୍କ କବିତ୍ବ ବହୁବିଧ ଉତ୍କର୍ଷତାର ବିଶ୍ବବିସ୍ମୟ ବୋଲି ତାଙ୍କ ଅଭିଭାଷଣରେ ମତବ୍ଯକ୍ତ କରିଥିଲେ । ଚିତ୍ତରଞ୍ଜନ ବିଶ୍ବାଳ ଧନ୍ୟବାଦାର୍ପଣ କରିଥିଲେ ।