-+91-9937148622 |
prerana_bgr@rediffmail.com |
Wednesday 14th October 2026 |
R.N.I. Regd No. ODIODI/2010/46693
Breaking News
14-Aug-2022
ବଲାଙ୍ଗୀର(ପ୍ରେରଣା ଖବର)ବଲାଙ୍ଗିର ଷ୍ଟେଟ୍ ବ୍ୟାଙ୍କ ତରଫରୁ ସ୍ୱାଧିନତା ର ୭୫ ବର୍ଷ ପୂର୍ତ୍ତି ଅବସରରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଓ ଆଜାଦି କି ଅମୃତ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଷ୍ଟେଟ୍ ବ୍ୟାଙ୍କ ଅଫ୍ ଈଣ୍ଡିଆର ରିଜିଓନାଲ ମେନେଜର ଭଗତ ବେହେରାଙ୍କ ପରିଚାଳନାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପଦ୍ମଶ୍ରୀ ନରସିଂହ ପ୍ରସାଦ ଗୁରୁ ଓ ଜ୍ୟୋତିଷ ବିଷାରଦ ଟିକେଶ୍ୱର ଗୁରୁ ଅତିଥି ଭାବରେ ଯୋଗ ଦେଇ ପ୍ରତି ଭାରତୀୟଙ୍କ ପାଇଁ ଏକତା ଓ ଅଖଣ୍ଡତା ହିଁ ମୂଳମନ୍ତ୍ର ହେବା ଆବଶ୍ୟକ ବୋଲି ଉଦ୍ବୋଧନ ଦେଇଥିଲେ । ସାରା ବିଶ୍ୱରେ ଭାରତବର୍ଷକୁ ଓ ସମୃଦ୍ଧଶାଳୀ କରିବା ପାଇଁ ଆମେ ଏହି ତ୍ରିରଙ୍ଗା ତଳେ ଶପଥ ନେବାର ଆବଶ୍ୟକ ରହିଛି ବୋଲି ଅତିଥି ମାନେ କହିଥିଲେ । ଏହି ଅବସରରେ ଆଜାଦି କି ଅମୃତ ମହୋତ୍ସବ ର ଏକ ଏକ୍ଜିବିସନ୍ ଅନୁଷ୍ଠିତ ହୋଇଥିଲା । ଆମର ପୂର୍ବଜଙ୍କ ବଳିଦାନ କିପରି ଆମକୁ ସ୍ୱାଧୀନତାର ସ୍ୱାଦ ଚଖେଇବାରେ ସକ୍ଷମ ହୋଇଛି, ସେ ସଂପର୍କରେ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଯୁଧିଷ୍ଟିର ମିଶ୍ର ଙ୍କ ସମେତ ସମସ୍ତ ବ୍ୟାଙ୍କ କର୍ମଚାରୀ ଉପସ୍ଥିତ ଥିଲେ l