-+91-9937148622 |
prerana_bgr@rediffmail.com |
Wednesday 14th October 2026 |
R.N.I. Regd No. ODIODI/2010/46693
Breaking News
14-Aug-2022
କର୍ଲାମୁଣ୍ଡା:(ପ୍ରଦିପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରେ ଶନିବାର ଭୋର ତିନିଟା ରୁ ଲଗାଣ ବର୍ଷା ହେବା ଫଳରେ ବିଭିନ୍ନ ଗାଁ ଗୁଡିକ ରେ ମାଟି ଘର ଗୁଡିକ ଭାଙ୍ଗିଯାଇଥିବା ଜଣା ପଡ଼ିଛି।ସୂଚନା ମତେ ଏହି ବ୍ଲକ ର ଗଜବାହଲ ପଞ୍ଚାୟତ ଟେତଟେଙ୍ଗପଦର ଗାଁର ହେମ ନାଗ ଓ ଶେଷ ଦେବ ନାଗ ଙ୍କ ଘର ଭାଙ୍ଗିଥିବା ବେଳେ ରିଂଜା ପଞ୍ଚାୟତ ର ରିଂଜା ବସ୍ତି ର ତିଲୋତ୍ତମା ସାହୁ , ସୂର୍ଯ୍ୟ ମଣୀ ସାହୁ ,ତପନ ସାହୁ ଙ୍କ ଘର ଭାଙ୍ଗିଥିବା ଖବର ମିଳିଛି।ତେବେ ଖବର ପାଇ ଗଜବାହଲ ପଞ୍ଚାୟତ ସରପଞ୍ଚ ଅରବିନ୍ଦ ଗହୀର ବର୍ଷା ରେ ଘର ଭାଙ୍ଗିଥିବା ପରିବାର ଲୋକଙ୍କୁ ସାକ୍ଷାତ କରି ସେମାନଙ୍କୁ ସରକାରୀ ସହଯୋଗ ଯୋଗେଇ ବାକୁ ରାଜସ୍ବ ବିଭାଗର ଦୃଷ୍ଟି ଆକର୍ଷଣ କରିଥିବା ସରପଞ୍ଚ ସୂଚନା ଦେଇଛନ୍ତି।ଠିକ୍ ସେହିପରି ରିଂଜା ପଂଚାୟତ ସରପଞ୍ଚ ପଞ୍ଚାନନ ବାଗ ଘର ଭାଙ୍ଗିଥିବା ପରିବାର କୁ ଭେଟି ସେମାନଙ୍କ ଥଇଥାନ ବ୍ୟବସ୍ଥା କରିବାକୁ ଚେଷ୍ଟା ଚାଲିଥିବା କହିଛନ୍ତି।