-+91-9937148622 |
prerana_bgr@rediffmail.com |
Wednesday 14th October 2026 |
R.N.I. Regd No. ODIODI/2010/46693
Breaking News
14-Aug-2022
ବିନିକା(ହିମାଂଶୁ ଶେଖର ପୁଟେଲ) ଆଜାଦି କା ଅମୃତ ମହୋତ୍ସବ ପାଳନ ଓ ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ବିନିକା ସିଦ୍ଧାର୍ଥ ଡିଗ୍ରୀ ଓ ଜୁନିଅର କଲେଜ ଜାତୀୟ ସେବା ଯୋଜନା ତରଫରୁ ବିରାଟ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଟିତ ସୋଇଥିଲା । ଡିଗ୍ରୀ କଲେଜ ଅଧ୍ୟକ୍ଷ ଡ଼.ଧୀରେନ୍ଦ୍ର ନାୟକ ଜାତୀୟ ପତାକା ଦେଖାଇ ଶୋଭାଯାତ୍ରାକୁ ଉଦ୍ଘାଟନ କରିଥିଲେ ।ପରେ କଲେଜର ସମସ୍ତ ଅଧ୍ୟାପକ,ଅଧ୍ୟାପିକା,କର୍ମଚାରୀ ଓ ଅଧ୍ୟୟନରତ ଛାତ୍ରଛାତ୍ରୀ ମାନେ ଜାରି ରହିଥିବା ପ୍ରବଳ ବର୍ଷାକୁ ଖାତିର ନକରି ହାତରେ ତ୍ରିରଙ୍ଗା ଝଣ୍ଡା ଧରି ବନ୍ଦେ ମାତରଂ,ଭାରତ ମାତା କି ଜୟ ଧ୍ୱନି ଦେଇ ଘରେ ଘରେ
ତ୍ରିରଙ୍ଗା ଉଡ଼ାଇବାକୁ ଲୋକଙ୍କୁ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ । ଶୋଭାଯାତ୍ରା କଲେଜ ଠାରୁ ଆରମ୍ଭ ହୋଇ ନୂଆଁବଜାର, ବସଷ୍ଟାଣ୍ଡ ଆମ୍ବେଦକର ଛକ,ପୁରୁଣା ବସଷ୍ଟାଣ୍ଡ, ହାଇସ୍କୁଲ, ଦୈନନ୍ଦିନ ବଜାର, ତହସିଲ କାର୍ଯ୍ୟାଳୟ, ଡାକ୍ତରଖାନା, ଷ୍ଟେଟ ବ୍ୟାଙ୍କ, ପୋଲିସ ଥାନା,ଏନଏସି କାର୍ଯ୍ୟାଳୟ ସମ୍ଭୁଖ ରାସ୍ତା ଦେଇ ପରିକ୍ରମା କରିଥିଲା । ଏହି ଶୋଭାଯାତ୍ରା କାର୍ଯ୍ୟକ୍ରମରେ ଅଧ୍ୟାପକ ହରିଶ୍ଚନ୍ଦ୍ର ହୋତା, ରୁଦ୍ର ନାରାୟଣ ଦାଶ,ବାଣୀ ପ୍ରସାଦ ବିଶ୍ଵାଳ, ଭଗବାନ ସାହୁ, ମାନସ ମିଶ୍ର,ମନୋରଞ୍ଜନ ପ୍ରଧାନ, ଝଲକ ମିଶ୍ର,ଖେଳ ଶିକ୍ଷକ ନାରାୟଣ ଚୌଧୁରୀ, ଅଧ୍ୟାପିକା ମିତାଳି ପ୍ରଧାନ,ଜାନକୀ ସାମନୀ, ଦିପ୍ତିରାଣୀ ସ୍ୱାଇଁ,ଦୀପିକା ବାରିକ, ଭାରତୀ ବାବୁ,ପ୍ରକାଶ ଦାଶ,ଲକ୍ଷ୍ମୀକାନ୍ତ ନନ୍ଦ, ଲକ୍ଷ୍ମଣ ଝାଙ୍କର, ବିକ୍ରମ ମେହେର,ଶ୍ରୀକାନ୍ତ ମେହେର, ମାନସ ନାୟକ, ସରୋଜ କାଣ୍ଡ, ତପସ୍ୱିନୀ ଖୁର୍ଡ଼ିଆ,ଜାନକୀ ମଲ୍ଲିକ,ଲବଣୀ ପ୍ରମୁଖ ସହଯୋଗ କରିଥିଲେ ।