-+91-9937148622 |
prerana_bgr@rediffmail.com |
Thursday 15th October 2026 |
R.N.I. Regd No. ODIODI/2010/46693
Breaking News
12-Aug-2022
ବୌଦ୍ଧ(ପ୍ରେରଣା ଖବର) : ଆଜାଦୀ କା ଅମୃତ ମହୋତ୍ସବ ଅବସରରେ କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଚଳିତବର୍ଷ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବା ପାଇଁ ସ୍ଥିର କରାଯାଇଛି । ଏହି ପରିପ୍ରେକ୍ଷିରେ ସ୍ୱାଧୀନତାର ୭୫ବର୍ଷର ସ୍ମରଣିକା ପାଇଁ ଭାରତବର୍ଷର ପ୍ରତିଟି ଘରେ ଜାତୀୟ ପତାକା ଉଡିବ । ନିଜ ନିଜ ଘରେ ଜାତୀୟ ପତାକା ଉତ୍ତୋଳନ କରିବାକୁ ପ୍ରେରଣା ଦେଇ ଲୋକଙ୍କ ହୃଦୟରେ ଦେଶଭକ୍ତିର ଭାବନାକୁ ଆହ୍ୱାନ କରିବା ଏହି ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଅଟେ । ଏହି ଉପଲକ୍ଷେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅଗଷ୍ଟ ୧୫ ଠାରୁ ଆରମ୍ଭ ହୋଇ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟସାରା ଚାଲିବ । ଦୁଇଗୋଟି ରଥ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟନ ପରେ ପ୍ରତ୍ୟେକ ଜିଲା ପରିକ୍ରମା କରିବ । ଏହି ଦୁଇଟି ରଥ ଆସନ୍ତା ଅଗଷ୍ଟ ୨୫ ଓ ୨୬ ତାରିଖ ଦିନ ବୌଦ୍ଧଜିଲାରେ ପହଞ୍ଚି ବିଭିନ୍ନ ସ୍ଥାନରେ ଥିବା ସହିଦ ସ୍ତମ୍ଭ,ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତି ଏବଂ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଜନ୍ମସ୍ଥାନମାନଙ୍କରେ ପରିକ୍ରମା କରିବ । ସେଠାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଏବଂ ଜିଲା ସାରା ଉତ୍ସବ ଆୟୋଜନ କରାଯାଇ ବିଭିନ୍ନ ସ୍ଥାନରେ ଏହି ରଥକୁ ସ୍ୱାଗତ କରାଯିବ । ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତ ବିଡିଓମାନଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି ।
ଏନେଇ ଏକ ପ୍ରସ୍ତୁତି ପ୍ରସ୍ତୁତି ବୈଠକ ଜିଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଭାରପ୍ରାପ୍ତ ଜିଲାପାଳ ବବିତାରାଣୀ ଦଳବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସମସ୍ତ ଜିଲାସ୍ତରୀୟ ଅଧିକାରୀ ଯୋଗଦେଇ ବୌଦ୍ଧ ଜିଲାରେ କିପରି ଏହି ରଥକୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯିବ ନିଜସ୍ୱ ମତବ୍ୟକ୍ତ କରିଥିଲେ । ଜିଲାରେ କେଉଁ କେଉଁ ରାସ୍ତା ଦେଇ ଏହି ରଥ ପରିକ୍ରମା କରିବ ତାହାର ସଂପୁର୍ଣ୍ଣ ରୁଟଚାଟ ପ୍ରସ୍ତୁତ କରିବାକୁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା । ଶେଷରେ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ଧନ୍ୟବାଦ ପ୍ରଦାନ କରିଥିଲେ ।