-+91-9937148622 |
prerana_bgr@rediffmail.com |
Thursday 15th October 2026 |
R.N.I. Regd No. ODIODI/2010/46693
Breaking News
12-Aug-2022
କଣ୍ଟାବାଞ୍ଜି(ଆନନ୍ଦ ମୋଟେ) ଆଜି ତୁରେକେଲା ବ୍ଲକ ଚଟୁଅନକା ଗ୍ରାମ ରେ ଜବାହାର ଲାଲ୍ ନେହେରୁ ଆଦିବାସୀ କ୍ଲବ ପକ୍ଷରୁ ନିଶାମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କ୍ଲବର ସଭାପତି ଶ୍ରୀ ସହଦେବ ମାଝୀ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ କ୍ଲବ ର ସଭାପତି ଶ୍ରୀ ମାଝୀ ଦୀପ ପ୍ରଜ୍ଜଳନ କରି ନିଜର ବକ୍ତବ୍ୟରେ କହିଲେ ଯେ ସମାଜରେ ଯେପର୍ଯ୍ୟନ୍ତ ନିଶା ମୁକ୍ତ ହୋଇନାହିଁ ସେପର୍ଯ୍ୟନ୍ତ ଆଗକୁ ବଢ଼ିପରିବା ନାହି । ଯୁବବର୍ଗର ସଚେତନତା ଆବଶ୍ୟକ । ସ୍ଵେଚ୍ଛାସେବୀ ମାନେ ତାଲିମ ଗ୍ରହଣ କରି ସମର୍ପିତ ହୋଇ କାର୍ଯ୍ୟ କରିବା ଦରକାର | ସେହିପରି କ୍ଲବ ର ସଂପାଦକ ଶ୍ରୀ ଜନକ ମାଝୀ ନିଜର ବକ୍ତବ୍ୟରେ କହିଲେ ଯେ ଆଦିବାସୀ ଅଞ୍ଚଳରେ ସ୍ଵେଚ୍ଛାସେବୀ ମନେ ସଠିକ ଭାବରେ କାର୍ଯ୍ୟ କଲେ ନିଶାମୁକ୍ତ ହୋଇପାରିବ I ଗ୍ରାମାଞ୍ଚଳରେ ପଥ ପ୍ରାନ୍ସ ନାଟକ ଓ ସଙ୍ଗୀତ ନାଟକ ମାଧ୍ୟମରେ ସଚେତନ କଲେ ନିଷମୁକ୍ତ ହୋଇପାରିବ ବୋଲି କହିଥିଲେ । ସେହିପରି ଅନ୍ୟତମ ବକ୍ତା କ୍ଲବ ର ଉପ ସଭାପତି ବିଶିକେସନ ମାଝୀ ନିଜର ବକ୍ତବ୍ୟରେ କହିଲେ ଯେ ନିଶାମୁକ୍ତ ଭାରତ ଏକ ସୁନ୍ଦର ପରିକଳ୍ପନା ଓ ଯୋଜନା ଯାହା ଆଜିର ସମାଜରେ ଆବଶ୍ୟକତା ରହିଛି । ଏହା ଜନସଚେତନତା ସୃଷ୍ଟି ମଧ୍ଯମରେ ନିଶା ସେବନ ରୋକିପାରିବ । ଏହି କ୍ଷେତ୍ରରେ ସ୍ବେଚ୍ଛାସେବୀ ମାନେ ସଙ୍କଳ୍ପବଦ୍ଧ ଭାବେ କର୍ତବ୍ୟ ସମ୍ପାଦନା କରିବା ଆବଶ୍ୟକ ବୋଲି କହିଥିଲେ I ରାଜ୍ୟସ୍ତରୀୟ ସଂଶଧକମାନେ ସ୍ବେଚ୍ଛାସେବୀ ମାଙ୍କୁ ତାଲିମ ପ୍ରଦାନ କରିଥିଲେ । ଏହି ନିଶା ମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମରେ କ୍ଲବ ର ସଦସ୍ୟ ତପନ ମାଝୀ,ପ୍ରେମ ମାଝୀ, ଗୋବିନ୍ଦ ମାଝୀ,ଦେବରାଜ ମାଝୀ, ରାଇସିଂ ପୁଟେଲ,ଭାଗ୍ୟ ମାଝୀ,ପ୍ରେମ ମାଝୀ, ଜନ ଦାସ, ଟୁନୁ ପୁଟେଲ, କପୂରଚନ ମାଝୀ,କିଶୋର ମାଝୀ ପ୍ରମୁଖ ଯୋଗଦାନ କରିଥିଲେ ।