-+91-9937148622 |
prerana_bgr@rediffmail.com |
Friday 16th October 2026 |
R.N.I. Regd No. ODIODI/2010/46693
Breaking News
11-Aug-2022
ପାଟଣାଗଡ(ସଚ୍ଚିଦାନନ୍ଦ ମହାକୁର): ପାଟଣାଗଡ ଭୂଲିଆ ସମାଜ ପକ୍ଷରୁ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ସ୍ଥାନୀୟ ଭୂଲିଆ ଧର୍ମଶାଳା ଠାରେ ଅନୁଷ୍ଠିତ ହୋଇଯାଇଛି । ଧର୍ମଶାଳା ସମ୍ମୁଖରେ ଥିବା ସ୍ବଭାବ କବି ଶ୍ରୀ ମେହେରଙ୍କ ମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଭୂଲିଆ ସମାଜ ର ପାଟଣାଗଡ ସଭାପତି ଡ଼ ବୃନ୍ଦାବନ ମେହେର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିଧାୟକ ସରୋଜ କୁମାର ମେହେର ମୂଖ୍ୟ ଅତିଥି , ଲକ୍ଷ୍ମଣ ମେହେର ମୂଖ୍ୟ ବକ୍ତା ,ଗୋଲାପ ମେହେର ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ କାବ୍ୟ କବିତା ରଚନାବଳୀ ର ତପସ୍ଵିନୀ,ପ୍ରଣୟବଲ୍ଲରୀ ,ଇନ୍ଦୁମତୀ ,କିଚକବଧ ଉପରେ ସବିଶେଷ ଆଲୋଚନା କରି ଭୂଲିଆ ସମାଜ କୁ କିିପରିହୋଇଯାଇଛି । ଧର୍ମଶାଳା ସମ୍ମୁଖରେ ଥିବା ସ୍ବଭାବ କବି ଶ୍ରୀ ମେହେରଙ୍କ ମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଭୂଲିଆ ସମାଜ ର ପାଟଣାଗଡ ସଭାପତି ଡ଼ ବୃନ୍ଦାବନ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିଧାୟକ ସରୋଜ କୁମାର ମେହେର ମୂଖ୍ୟ ଅତିଥି , ଲକ୍ଷ୍ମଣ ମେହେର ମୂଖ୍ୟ ବକ୍ତା, ଗୋଲାପ ମେହେର ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ କାବ୍ୟ କବିତା ରଚନାବଳୀ ର ତପସ୍ଵିନୀ,ପ୍ରଣୟବଲ୍ଲରୀ ଇନ୍ଦୁମତୀ, କିଚକବଧ ଉପରେ ସବିଶେଷ ଆଲୋଚନା କରି ଭାଇ ଭାଇ ସୁସମ୍ପର୍କ ରଖି କିପରି ଭୂଲିଆ ସମାଜ କୁ ସବୁକ୍ଷେତ୍ର ଆଗେଇ ଆସିପାରିବ ବକ୍ତା ମାନେ ଉଦବୋଧନ ଦେଇଥିଲେ । ମୁଖ୍ୟ ଅତିଥି ବିଧାୟକ ଶ୍ରୀ ମେହେର ତାଙ୍କ ବକ୍ତବ୍ୟରେ କହିଥିଲେ ଭୁଲିଆ(ମେହେର) ସମାଜ ସବୁବେଳେ ଏକତା ହୋଇ ରହିକାମ କଲେ ଆହୁରି ସମାଜ ଆଗକୁ ଯାଇପାରିବ ବୋଲି କହିବା ସହ ମେହେର ସମାଜର ଏକ ରାଜ୍ୟସ୍ତରୀୟ ଧର୍ମଶାଳା ଭୂବନେଶ୍ଵରରେ ନିର୍ମାଣ କରିବା ପାଇଁ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜମି ମାଗି ଧର୍ମଶାଳା କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏଥିରେ ଭୂଲିଆ ସମାଜ ବିଶିଷ୍ଟ ବ୍ୟକ୍ତିବିଶେଷ କବି ସାହିତ୍ୟକ ବ୍ୟତିତ ବିଭିନ୍ନ ସ୍ତରର କର୍ମକର୍ତ୍ତା ଙ୍କ ସମେତ ବେଳପଡା ଖପ୍ରାଖୋଲ ବ୍ଲକରୁ ଶତାଧିକ ମହିଳା ପୁରୁଷ ଯୋଗଦେଇଥିଲେ । ତେଜରାମ ମେହେର ସଭା ପରିଚାଳନା କରିଥିବା ବେଳେ ଡ଼ ବୃନ୍ଦାବନ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।