-+91-9937148622 |
prerana_bgr@rediffmail.com |
Friday 16th October 2026 |
R.N.I. Regd No. ODIODI/2010/46693
Breaking News
11-Aug-2022
ବଲାଙ୍ଗିର (ପ୍ରେରଣା ଖବର) ସ୍ଥାନୀୟ ରେଲୱେ ଷ୍ଟେସନ ଛକ ସ୍ତିତ ଅସୀମ କରାଟେ ଏକାଡେମୀରେ ଆଜି ରକ୍ଷା ବନ୍ଧନ ଉତ୍ସବ ବଡ଼ ଧୁମ୍ ଧାମ୍ ରେ ପାଳିତ ହୋଇ ଯାଇଛି, କରାଟେ ସଂଗଠନ ର ଜିଲ୍ଲା ମୁଖ୍ଯ ଅସୀମ କୁମାର୍ ଭୋଇଙ୍କ ତତ୍ୱାବଧାନରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ଏକାଡେମୀ ର ସମସ୍ତ ଛାତ୍ରୀ ଛାତ୍ର ତଥା ଅଭିଭାବକ ମଣ୍ଡଳୀ ଉପସ୍ତିତ ଥିଲେ, ଗତ ଆଠ ବର୍ଷ ହେଲା ଏହି ରକ୍ଷା ବନ୍ଧନ ଉତ୍ସବ ଏହି କରାଟେ
ଏକାଡେମୀ ରେ ପାଳନ କରାଯାଉଥିବା କୋଚ ଅସୀମ ଭୋଇ କହିଛନ୍ତି, ଏହି କରାଟେ ଏକାଡେମୀ ରେ ବିଭିନ୍ନ ସମ୍ପ୍ରଦାୟ ର ଛାତ୍ରୀ ଛାତ୍ର କରାଟେ ତଥା ତାଇକଣ୍ଡୋ ପ୍ରଶିକ୍ଷଣ ନେଉଥିବା ବେଳେ ଆଜିକାର ଦିନରେ ସମସ୍ତେ ଏକତ୍ରିତ ହୋଇ ଏହି ରକ୍ଷା ବନ୍ଧନ ଉତ୍ସବ ରେ ନିଜକୁ ସାମିଲ କରି ସମସ୍ତେ ସମସ୍ତଙ୍କୁ ରlଖି ବାନ୍ଧି ଥାନ୍ତି, ଏହି ଅବସରରେ କରାଟେ ଅନୁଷ୍ଠାନ ର ଛାତ୍ରୀ ଗଣ ବୃକ୍ଷ କୁ ମଧ୍ଯ ରାଖୀ ବାନ୍ଧି ସମାଜକୁ ଏକ ଭିନ୍ନ ସୁଚନା ଦେଇଛନ୍ତି,