-+91-9937148622 |
prerana_bgr@rediffmail.com |
Friday 16th October 2026 |
R.N.I. Regd No. ODIODI/2010/46693
Breaking News
11-Aug-2022
ଲୋଇସିଂହା, (ବିନୋଦ କୁମାର ଦୀପ) ଲୋଇସିଂହାରେ ଗତ ବୁଧୁବାର ଦିନ ହରେକୃଷ୍ଣ ମହତାବ ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସ୍ୱର୍ଗତ ଗୌରଚରଣ ନାଏକ ଓ ସ୍ୱର୍ଗତ ନଜିର ଖାନଙ୍କ ପରଲୋକ ହୋଇଯାଇଛି l ତାଙ୍କର ମୃତ୍ୟୁରେ ଲୋଇସିଂହା ଅଂଚଳରେ ଶୋକାକୁଳ ବାତାବରଣ ଦେଖାଦେଇଛି l ଏଣୁ ତାଙ୍କର ଆତ୍ମାର ସତଗତି ନିମନ୍ତେ ତାଙ୍କ ଉଦେଶ୍ୟରେ ଲୋଇସିଂହା ଷ୍ଟାଡିୟମ ପ୍ରାଙ୍ଗଣରେ ଲୋଇସିଂହା ଟ୍ରଷ୍ଟ ବୋର୍ଡ ତରଫରୁ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା l ଏହି ଶୋକସଭାରେ ଉପସ୍ଥିତ ଥିଲେ ଦିଲୀପ ବେହେରା,
ଭୋଳାନାଥ ମିର୍ଧା, ଚତୁର ଦଳାଏ, ରାଜେନ୍ଦ୍ର ଷଡ଼ଙ୍ଗୀ, ବ୍ରଜମୋହନ ବିଶୋଇ, ପ୍ରତାପ ନନ୍ଦ, ବିଶ୍ୱନାଥ ଭୁୟାଁ, ବିଭୁତି ଭୂଷଣ ସାହାଣୀ, ସମରୁ ପଧାନ, ଶିବ କୁମାର ଅଗ୍ରୱାଲ, ନଜୁ ଖାନ, ମୁରସିନ କୁଅଁର, ଉତ୍ତର ହେର୍ଣ୍ଣା, ସହ ଅନେକ ଶିକ୍ଷାବିତ, ବୁଦ୍ଧିଜୀବୀ, ଅବସର କର୍ମଚାରୀ ନରେନ୍ଦ୍ର ରଣା, ଧର୍ମାସୀ ମିଶ୍ର, ସୋମନାଥ ବିଶ୍ୱାଳ ସମରୁ ବିଶ୍ୱାଳ ପ୍ରମୁଖ l