-+91-9937148622 |
prerana_bgr@rediffmail.com |
Friday 16th October 2026 |
R.N.I. Regd No. ODIODI/2010/46693
Breaking News
11-Aug-2022
ଗଞ୍ଜାମ: ସୁନ୍ଦର ଶରୀର ଓ ନିରୋଗ ସ୍ୱାସ୍ଥ୍ୟ ପାଇଁ ଆଜିକା ଦିନରେ ବ୍ୟାୟାମ ନିହାତି ଆବଶ୍ୟକ। ଯୁବ ପୀଢ଼ି ବ୍ୟାୟାମ ପ୍ରତି ଆଗ୍ରହୀ ହୋଉ ଥିବାବେଳେ ସେମାନଙ୍କୁ ଉତ୍ସାହିତ କରିବା ଉଦେଶ୍ୟ ନେଇ ଜିତେନ୍ଦ୍ର ପୋଲେଇ ଆଜି ଗଞ୍ଜାମ ଜିଲ୍ଲା ଆସିକା ବିଜୁ ପଟ୍ଟନାୟକ ଛକ ହୋଣ୍ଡା ସୋରୁମ ନିକଟରେ ଏକ ଉନ୍ନତ ମାନର ଟେକ୍ନୋଲୋଜି ଥିବା ଜେକେ ଫିଟିନେସ ୟୁନିସେକ୍ସ ଜିମି ଉଦଘାଟନ ହୋଇଯାଛି l ଅନ୍ତର୍ଜାତୀୟ ବଡିବିଲଡର ବାଲାଲ ଖାନ ଏହି ଜିମ କୁ ଉଦଘାଟନ କରିଥିବା ବେଳେ ମୁଖ୍ୟଅତିଥି ଭାବେ ଆସିକା ଏସଡିପିଓ ଉମା ଶଙ୍କର ସିଂ ଯୋଗଦେଇଥିଲେ l ଜାତୀୟ ସ୍ଥରୀୟ ବଡ଼ିବିଲଡର ଗଦାଧର ସାହୁ ଙ୍କ ସମେତ ବିକ୍ରମ ମହାନ୍ତି, ବୁଲୁ ମହାନ୍ତି, ପ୍ରଫୁଲ୍ଲ ପୋଲାଇ, ଦେବାଶିଷ ମହାପାତ୍ର, ଆଶିଷ ସାହୁ ପ୍ରମୁଖ ଏହି ଉଦଘାଟନ ଉତ୍ସବରେ ଉପସ୍ଥିତ ରହିଥିଲେ ଥିଲେ । ଏହି ଜିମ ବା ବ୍ୟାୟାମ କେନ୍ଦ୍ର ଆଗାମୀ ଦିନରେ ସମସ୍ତ ବର୍ଗ ଲୋକଙ୍କ ମନ ଜିଣିବା ସହିତ ଉତ୍ତମ ସ୍ୱାସ୍ଥ୍ୟ ଗଠନରେ ଜିମ ସହାୟକ ହେବ ବୋଲି ପରିଶେଷରେ ଜେ. କେ ଫିଟନେସ ଜିମ ର ପରିଚାଳକ ଜିତେନ୍ଦ୍ର ପୋଲାଇ କହିବା ସହି ଧନ୍ୟବାଦ ଅର୍ପଣ କରିଥିଲେ ।
(ଗଞ୍ଜାମରୁ ଭଗବାନ ପାଢ଼ୀଙ୍କ ରିପୋର୍ଟ)