-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
10-Aug-2022
ଗଞ୍ଜାମ (ଭଗବାନ ପାଢୀ) ଭିଜିଲାନ୍ସ ଜାଲରେ ରାଜସ୍ବ ନିରୀକ୍ଷକ। ଗଞ୍ଜାମ ଜିଲ୍ଲା କୋଦଳା ତହସିଲ ଅନ୍ତର୍ଗତ କେ ବରିଡ଼ା ଆର୍ ଆଇ ଦେବାଶିଷ ମାଝୀ ଭିଜିଲାନ୍ସ କବ୍ଜାରେ ।ଗୋଟିଏ ବାଲି ଟ୍ରକକୁ ଛାଡିବାକୁ ୫୫ ହଜାର ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ଆଜି ଭିଜିଲାନ୍ସ ଟିମ୍ କେ ବରିଡ଼ା ଠାରେ ସଂପୃକ୍ତ ଆର୍ ଆଇ କୁଂ ଧରିଥିବା ଜଣାପଡିଛି। କେ ବରିଡ଼ା ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଠାରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରି ଏନେଇ ତଦନ୍ତ ଜାରି ରଖିଛି।