-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
10-Aug-2022
ସିନ୍ଧେକେଲା (ଅନୀଲ କୁମାର ତ୍ରିପାଠୀ) ଷଷ୍ଠରୁ ନବମ ଶତାବ୍ଦୀ ମଧ୍ୟରେ ନିର୍ମିତ ଓଡିଶାର ଅନନ୍ୟ ଐତିହ୍ଯ ସ୍ଥଳୀ ଯୋଗିନୀପିଠ ରାଣୀପୁର ଝରିଆଲରେ ଉଡିବ ସୁଉଚ୍ଚ ଜାତୀୟ ପତାକା ଓ ବଲାଙ୍ଗୀର ଜିଲ୍ଲାର ଗର୍ବ ଓ ଗୌରବର ଇତିହାସ ବହନ କରୁଥିବା ଆସ୍ଥା ଓ ବିଶ୍ବାସର ସ୍ଥଳୀରେ ଏବେ ଆଉ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ସମସ୍ତ ଭାରତୀୟଙ୍କ ହୃଦୟରେ ବାସ କରିଥିବା ଜାତୀୟ
ପତାକା ଉଡିବ ବୋଳି ଖବର ପ୍ରଚାରିତ ହେବାପରେ ଅଞ୍ଚଳର ଲୋକଙ୍କ ମନରେ ଉତ୍ସାହ ଦେଖାଦେଇଛି । ଏହାକୁ ନଜରରେ ରଖି ଶ୍ରାବଣ ମାସର ଶେଷ ସୋମବାର କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଳୁଜା ଯୋଗିନୀପିଠ କୁ ପହଞ୍ଚି ସୋମେଶ୍ବର ମହାଦେବଙ୍କ ଦର୍ଶନ କରିବାସହ ବିସ୍ତିର୍ଣ୍ଣ ପାହାଡ ଉପରେ ଆର୍କିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ବିଭାଗ ତରଫରୁ ଜାତୀୟ ପତାକା ଲାଗିବାକୁ ଥିବା ସ୍ଥାନର ସ୍ଥିତି ଅନୁଧ୍ୟାନ କରିଛନ୍ତି । ପ୍ରକାଶ ଥାଉକି ଏହି ପିଠ ପଶ୍ଚିମ ଓଡିଶାର ଏକ ପ୍ରମୁଖ ଶୈବପୀଠ ହୋଇଥିବାରୁ ଲୋକଙ୍କ ଭାବାବେଗ ସହ ଜଡିତ ରହି ଆସିଛି । ହେଲେ ସରକାରୀ ଉଦାସୀନତା ଯୋଗୁଁ ଏ ପୀଠର ବିକାଶ ଓ ଉନ୍ନତୀକରଣ ହେଉନଥିବାରୁ ବିଗତ ବିଧାନସଭାର ଗୋଟିଏ ସେସନରେ ଗୋଟିଏ ଥର ଷ୍ଟାର ପ୍ରଶ୍ନ ଓ ଗୋଟିଏ ଥର ବିଭାଗୀୟ ମନ୍ତ୍ରୀଙ୍କ ଠାରୁ ଉତ୍ତର ମାଗିଥିଲେ ବିଧାୟକ ଶ୍ରୀ ସାଲୁଜା । ମନ୍ତ୍ରୀ ବି ବିଧାୟକ ଙ୍କ ଉତ୍ତର ରଖି ବିଭାଗର ବରିଷ୍ଠ ଅଧିକାରୀ ମାନେ ରାଣୀପୁର ଝରିଆଲ ପର୍ଯ୍ୟଟନ ସ୍ଥଳୀ କୁ ଯିବେ , ଦେଖିବେ ଏବଂ ପିଠର ବିକାଶ
ନେଇ ଯାହା ସମ୍ଭବ ତାର ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯିବ ଏବଂ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଳି ତାଙ୍କ ଉତ୍ତରରେ କହିଥିଲେ। ଏହି ଗସ୍ତ ସମୟରେ ମନ୍ଦିର ପୂଜାକମିଟିର ସଦସ୍ଯ ମାନଙ୍କ ସହ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷା ରଞ୍ଜୁବାଲା ବେହେରା , ଉପାଧ୍ୟକ୍ଷ ନାରାୟଣ ଜୈନ, ସିନ୍ଧେକେଲା ସମିତିସଭ୍ଯ ଭୋଲାନାଥ ବେହେରା, ପୁର୍ବତନ ସରପଞ୍ଚ ସଂଘ ସଭାପତି ଉପେନ୍ଦ୍ର ମେହେର ଙ୍କ ସହ ବହୁ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ଯ ଙ୍କ ସହ ଦଳିୟ କାର୍ଯ୍ଯକର୍ତ୍ତା ଉପସ୍ଥିତ ଥିଲେ।