-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
10-Aug-2022
ବିନିକା(ହିମାଂଶୁ ଶେଖର ପୁଟେଲ) ଦେଶ ସ୍ବାଧୀନ ହେବାର ୭୫ବର୍ଷ ପୂର୍ତ୍ତି ଅବସରରେ ଆଜାଦି କା ଅମୃତ ମହୋତ୍ସବ ପାଳନ ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ସାରା ଭାରତବର୍ଷର ଘରେ ଘରେ ତ୍ରିରଙ୍ଗା ପତାକା ଉଡ଼ାଇବା ସକାଶେ ନିଆଯାଇଥିବା ପଦକ୍ଷେପକୁ ସଫଳ କରିବା ପାଇଁ ବିଜେପି ପକ୍ଷରୁ ପ୍ରୟାସ କରାଯାଇଛି । ଏହି ପରିପ୍ରେକ୍ଷୀରେ ବିନିକା ବିଜେପି ତରଫରୁ ମଙ୍ଗଳବାର ସ୍ଥାନୀୟ ଯୋଗେଶ୍ୱର ମନ୍ଦିର ଠାରୁ ଏକ ବାଇକ ଶୋଭାଯାତ୍ରା ସହର ପରିକ୍ରମା କରି ହର ଘର ତ୍ରିରଙ୍ଗା ପତାକା ଉଡ଼ାଇବା ପାଇଁ ଲୋକଙ୍କୁ ସଚେତନ କରାଯାଇଥିଲା ଶୋଭାଯାତ୍ରା ତହସିଲ କାର୍ଯ୍ୟାଳୟ ସମ୍ଭୁଖରେ ପହଞ୍ଚିବା ପରେ ସୁବର୍ଣ୍ଣପୁର ଭାଜପା ଜିଲ୍ଲା ସଭାପତି ପ୍ରମୋଦ କୁମାର ମହାପାତ୍ର ଶୋଭାଯାତ୍ରା କାରୀଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ ।ସାଂସଦ ପ୍ରତିନିଧି ତଥା ଯୁବ ଓକିଲ ପ୍ରଶାନ୍ତ ଚନ୍ଦ୍ର ଦଣ୍ଡସନାଙ୍କ
ନେତୃତ୍ୱରେ ଅନୁଷ୍ଠିତ ହର ଘର ତ୍ରିରଙ୍ଗା ଶୋଭାଯାତ୍ରାରେ ବରିଷ୍ଠ ବିଜେପି ନେତା ଆନନ୍ଦ ବାରିକ, ଶରତ ଶତପଥୀ, ଅଶୋକ ପୃଷ୍ଟି, ବିଶ୍ବମ୍ବର ମିଶ୍ର, ସମ୍ବିତ ନେପାକ,ବିଶ୍ଵଦେବ ବଡ଼ପଣ୍ଡା, ଗୋପାଳ କୃଷ୍ଣ ମହାଲି,ଭୁବନେଶ୍ୱର ପାତ୍ର, ଧର୍ମେନ୍ଦ୍ର ସାହୁ,ଭାଗିରଥି ବାଗ,ଉମେଶ ନାଇକ, ମଧୁସୂଦନ କ୍ଷେତି, ଅଜିତ ସାମନ୍ତରାୟ,କୃଷ୍ଣଚନ୍ଦ୍ର କୁମ୍ଭାର,ଯଦୁମଣି କର୍ଣ୍ଣ,ଗରୁଡ ଦେବତା,ଦୟାନିଧି ସାଳମା, ଉଦୟନାଥ ଥନାପତି,ଜିଲ୍ଲା ପରିଷଦ ସଦସ୍ୟା ପ୍ରମିଳା କଲତା,ଚନ୍ଦ୍ରମା ଅଗ୍ରୱାଲ,ସୁରଚି ବେହେରା ପ୍ରମୁଖଙ୍କ ସମେତ ଦଳମତ ନିର୍ବିଶେଷରେ ପ୍ରତ୍ୟେକ ବ୍ୟକ୍ତି ସାମିଲ ହୋଇଥିଲେ ।