-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
10-Aug-2022
ବଲାଙ୍ଗୀର ଜିଲ୍ଲାର ସର୍ବ ପୁରାତନ ଐତିହ୍ଯ ସମ୍ପନ୍ନ ଯୋଗିନୀପିଠ ରାଣୀପୁର ଝରିଆଲ ସୋମେଶ୍ବର ଶୈବପୀଠ ରେ ଶ୍ରାବଣ ମାସର ଶେଷ ସୋମବାର ପ୍ରବଳ ଭିଡ ପରିଲକ୍ଷିତ ହୋଇଛି। ପ୍ରବଳ ଭିଡକୁ ନଜରରେ ରଖି ଉଭୟ ମନ୍ଦିର କମିଟି ଓ ସିନ୍ଧେକେଲା ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତିଶୃଙ୍ଖଳା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଆସୁଥିବା ବୋଳବମ କାବଡିଆ, ଭକ୍ତ ଓ ଶ୍ରଦ୍ଧାଳୁ ଘଣ୍ଟା ଘଣ୍ଟା ଧରି ଲମ୍ବା ଲାଇନରେ ଛିଡାହୋଇ ସୋମେଶ୍ବର ମହାଦେବଙ୍କ ଦର୍ଶନ କରିଥିଲେ ଓ ଜଳଲାଗି କରିଥିଲେ। ସ୍ଥାନୀୟ ସିନ୍ଧେକେଲାର ଜଣେ ଦାତାଙ୍କ ଦ୍ବାରା ରବିବାର ରାତିରେ ଅନ୍ନଭୋଗ ବ୍ୟବସ୍ଥା କରାଯାଇଥିଲା ସେହିପରି ସୋମବାର ସକାଳୁ ଠେମରା ପଞ୍ଚାୟତ ର ଜଣେ ଦାତାଙ୍କ ଦ୍ବାରା ଅନ୍ନଭୋଗ ବ୍ୟବସ୍ଥା କରାଯାଇ ଆସିଥିବା ଭକ୍ତ, ଶ୍ରଦ୍ଧାଳୁ ଓ ବୋଳବମ କାବଡିଆ ମାନଙ୍କୁ ଭୋଜନ କରାଇଥିଲେ। ଏହି ଅବସରରେ ବିଶେଷକରି ମନ୍ଦିର କମିଟିର ସଦସ୍ଯ ମାନଙ୍କ ସହ ପିତାମହୁଳ ଗ୍ରାମବାସୀ ଅନ୍ନଭୋଗ ବଣ୍ଟନରେ ସହଯୋଗ କରିଥିଲେ। ପ୍ରାଚୀନ ଐତିହ୍ଯ ବହନ କରୁଥିବା ଏହି ପର୍ଯ୍ୟଟନ ସ୍ଥଳୀରେ ସରକାରୀ ଉଦାସୀନତା ଯୋଗୁଁ ଭରପୁର ଆନୁସାଙ୍ଗିକ ବ୍ୟବସ୍ଥା ନ ଥିଲେ ହେଁ ମନ୍ଦିର କମିଟି ଓ ସ୍ଥାନିୟ ଦାତା ମାନଙ୍କ ପ୍ରଚେଷ୍ଟା ରେ କିଛିକାଂଶରେ ସୁବିଧା ଉପଲବ୍ଧ କରା ଯାଇଥିଲେ ହେଁ ଲୋକେ ବହୁତ ଖୁସି ଅନୁଭବ କରି ଫେରୁଥିବା ଦେଖା ଯାଇଥିଲା। ପଶ୍ଚିମ ଓଡିଶାର ପ୍ରମୁଖ ଶୈବପୀଠ ହୋଇଥିବାରୁ ଏହିପୀଠରେ ଲୋକଙ୍କ ଆସ୍ଥା ଓ ବିସ୍ବାସ ଜଡିତ ରହିଛି ତେଣୁ ଆନୁସାଙ୍ଗିକ ବ୍ୟବସ୍ଥା କୁ ଖାତିର ନ କରି ହଜାର ହଜାର ମହିଳା , ଶିଶୁ ଓ ବୋଳବମ କାବଡିଆ ଶ୍ରାବଣ ମାସରେ ରାଣୀପୁର ଝରିଆଲ କୁ ପହଞ୍ଚି ସୋମେଶ୍ବର ମହାଦେବଙ୍କ ଦର୍ଶନ କରିଛନ୍ତି। ତେଣୁ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷା ରଞ୍ଜୁବାଲା ବେହେରା , ବିଡିଓ ରିପୁନାଥ ସୁନା , ତହସିଲଦାର ଗୁଣମଣୀ
ସୁନାନୀ, ସିନ୍ଧେକେଲା ସମିତିସଭ୍ଯ ଭୋଲାନାଥ ବେହେରା, ରାଣୀପୁର ଝରିଆଲ ମନ୍ଦିର କମିଟି ତରଫରୁ ସଭାପତି ମାଣିକ ଚନ୍ଦ ଜୈନ , ବରିଷ୍ଠ ସଦସ୍ଯ କରମଚନ୍ଦ ଜୈନ, ଆବାହକ ଅନିଲ କୁମାର ତ୍ରିପାଠୀ , ଝରିଆଲ ସରପଞ୍ଚ ଭରଦ୍ବାଜ ଗହିର, ମନ୍ଦିର ପୂଜକ ଜଗମୋହନ ତ୍ରିପାଠୀ, କ୍ଷୀରସିନ୍ଧୁ ଭୋଇ, ପର୍ମାନନ୍ଦ ଭୋଇ, ମଞ୍ଜେସ ମେହେର, ଗୋପୀନାଥ ସାହୁ, ଯୁବରାଜ ବାଗ, ନିତ୍ୟାନନ୍ଦ ପୃଷେଠ, ହେମନ୍ତ ସାହୁ , ପହଲେଶ୍ବର ପୁଟେଲ, ପ୍ରହଲ୍ଲାଦ ସାହୁ, କିଶୋର ସାହୁ ,ଭଜ କୁମ୍ଭାର ପ୍ରମୁଖ ଆସିଥିବା ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।