-+91-9937148622 |
prerana_bgr@rediffmail.com |
Thursday 12th March 2026 |
R.N.I. Regd No. ODIODI/2010/46693
Breaking News
06-Aug-2022
ନାକଟିଦେଉଳ(କନ୍ଦର୍ପ ବେହେରା) - ଡଇଁଚା ସ୍ଥିତ ବାପୁଜୀ ସରକାରୀ ଉଚ୍ଚବିଦ୍ୟାଳୟ ରେ ଛାତ୍ର ଅଭିଭାବକ ଓ ଶିକ୍ଷକ ସମ୍ମିଳନୀ ପ୍ରଧାନ ଶିକ୍ଷକ ଅରୁଣ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି l ଏହି ସମ୍ମିଳନୀରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷା କର୍ମଚାରୀ ଓ ୮୭ ଜଣ ଅଭିଭାବକ ଯୋଗ ଦେବା ସହ ଡଇଁଚା ଗ୍ରାମପଂଚାୟତର ସୌଦାମିନୀ ପ୍ରଧାନ ,ସମିତି ସଭ୍ୟ ପ୍ରବୀଣ କୁମାର ପ୍ରଧାନ ,ପରିଚାଳନା ସମିତିର ସଭାପତି ଜିତେନ୍ଦ୍ର କୁମାର ପ୍ରଧାନ ଉପସ୍ଥିତ ଥିଲେ ା ଏହି ସମ୍ମିଳନୀର ବିଦ୍ୟାଳୟର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ତମ ଓ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରାଯାଇଥିଲ l ଗୁଣାତ୍ମକ ଶିକ୍ଷା ପ୍ରଦାନରେ ଶିକ୍ଷକ ,ଛାତ୍ର ଅଭିଭାବକଙ୍କ ଭୂମିକା ସଂପର୍କରେ ଆଲୋଚନା କରାଯାଇଥିଲା l ସଭାଶେଷରେ ଶିକ୍ଷକ ଶିକ୍ଷକ ମଧୂସୂଦନ ରାଉଳ ଧନ୍ୟବାଦ ଅର୍ପଣ କରିଥିଲେ ା