-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
26-Jul-2022
ବଲାଙ୍ଗିର (ପୁର୍ଣ୍ଣ ଶଶୀ ଶେଖର ରାଓ):: ବିଜୁ ଜନତାଦଳ ୨୫ ତମ ପୂର୍ତ୍ତି ଉପଲକ୍ଷେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ। ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେରଙ୍କ ନିର୍ଦ୍ଦେଶନାରେ ବିଧାୟକ ଙ୍କ ପ୍ରତିନିଧି ଗଣେଶ କୁମ୍ଭାରଙ୍କ
ନେତୃତ୍ବରେ ବେଲପଡା ବ୍ଳକରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବେଲପଡା ବ୍ଳକ ଅଧ୍ୟକ୍ଷା ଟିନା କୁମ୍ଭାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭାରମ୍ଭ କରିଥିଲେ। ମୂଖ୍ୟ ଅତିଥି ଅଧ୍ୟକ୍ଷା ସୁଶ୍ରୀ କୁମ୍ଭାର ପ୍ରଥମେ ସରମୁହାଣ ହାଇସ୍କୁଲ ପରେ ନୁନହାଡ ହାଇସ୍କୁଲ ତାପରେ ବେଲପଡା ଶିଶୁ ମନ୍ଦିର ଯାଇ ବୃକ୍ଷରୋପଣ କରିବା ସହ ପରିବେଶ ସୁରକ୍ଷା ପାଇଁ ସମସ୍ତ ଙ୍କୁ ଅନୁରୋଧ କରିଥିଲେ ଏବଂ ସବୁଜ ବିପ୍ଳବ ର ବାର୍ତ୍ତା ଯୋଗାଇଥିଲେ । ସମ୍ମାନୀତ ଅତିଥି
ଭାବେ ଉପାଧ୍ୟକ୍ଷ ଦୁର୍ଯୋଧନ କୁମ୍ଭାର ଯୋଗଦାନ କରିଥିଲେ।ନୁନହାଡ ସରପଞ୍ଚ ବିଲାସୀନୀ ମେହେର,ସରମୁହାଣ ସରପଞ୍ଚ ଙ୍କ ସ୍ବାମୀ ଗୋକୁଳ ନାଗ, ବିଜେଡି ନେତା ମୁନା ମେହେର, ଗଣେଶ ମେହେର, କୁନା ମହାଖୁଡ, ଗଣେଶ ଥାର୍ଟି,ପିତ ଗଡତ୍ୟା,ମାନସ ପାଢୀ, କଲା କାହ୍ନୁ ମେହେର,ଅନ୍ତ ପାଣିଗ୍ରାହୀ, ରବିନ୍ଦ୍ର ମେହେର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।