-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
26-Jul-2022
କଣ୍ଟାବାଞ୍ଜି: ତୁରେକେଲା ବ୍ଳକ ଅନ୍ତର୍ଗତ ମାନ୍ଦଲା କ୍ଳଷ୍ଟରର ପଖନମୁଣ୍ଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନବାଡ଼ି ଖ କେନ୍ଦ୍ରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା।ପ୍ରଧାନ ଶିକ୍ଷକ ତଥା ଜୁନିୟର ରେଡକ୍ରସ ପରାମର୍ଶଦାତା ଶ୍ରୀ ବିରଂଚି ନାରାୟଣ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ସଚେତନତା ସଭାରେ ଶିକ୍ଷକ ଅଲେଖ ବନଗୋଲା, ବିଶେଶ୍ୱର ମୁଦୁଲି, ସୁରଜ ଛତ୍ରିଆ,ଅଙ୍ଗନବାଡ଼ି କର୍ମୀ ଭାରତୀ ସାହୁ ଉପସ୍ଥିତ ଥିଲେ।କରୋନାର ଭୟବହତା ମନରୁ ନଲିଭୁଣୁ ପୁଣି ଥରେ ଚତୁର୍ଥ ଲହର ତାର କାୟା ବିସ୍ତାର ଆରମ୍ଭ କରିସାରିଲାଣି।ତେଣୁ ଶ୍ରୀ ଦାଶ ସଚେତନତା ସଭା ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ କରୋନାର ଭୟବହତା ଉପରେ ଆଲୋକପାତ କରିଥିଲେ।ମାସ୍କ ପରିଧାନ, ବାରମ୍ବାର ହାତ ଧୋଇବା ଓ ସାମାଜିକ ଦୂରତା ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ।ବର୍ତ୍ତମାନ ବର୍ଷାଊତୁ ହୋଇଥିବାରୁ ବର୍ଷାରେ ନଭିଜିବା,ବର୍ଷା ସମୟରେ ଘରେ ରହିବା, ବିଷଧର ସାପ,ବିଛାପ୍ରତି ସାବଧାନ ରହିବା, ଗରମ ଖାଦ୍ୟ ଖାଇବା, ପରିଷ୍କାର ପରିଛନ୍ନତା ରହିବାକୁ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ।ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ କିଛି ପ୍ରଶ୍ନ ପଚରାଯାଇ କୃତୀ ଛାତ୍ରୀ ତାପସ୍ବିନୀ ଚିରାଙ୍ଗୁନଙ୍କୁ ପୁରଷ୍କୃତ କରାଯାଇଥିଲା।ପରିଶେଷରେ ଅଙ୍ଗନବାଡ଼ି କେନ୍ଦ୍ର ଓ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ମାସ୍କ ବଣ୍ଟନ କରାଯାଇଥିଲା।