-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
24-Jul-2022
ଲୋଇସିଂହା, (ବିନୋଦ କୁମାର ଦୀପ) ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ ସଦରରେ ଗତ ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି l ସୂଚନାରୁ ପ୍ରକାଶ ଯେ ଲୋଇସିଂହା - ପଦ୍ମପୁର ରାସ୍ତାରେ ଥିବା ପେଟ୍ରୋଲପମ୍ପ ପାଖରେ ମିତ୍ତଳ ଜ୍ୱଲେରୀ ଦୋକାନଟି ଚୋରି ହୋଇଛି l ସୂଚନାନୁସାରେ ଜ୍ୱଲେରୀ ଦୋକାନର ପଛପଟୁ ସିନ୍ଧି ଫାଡି ହାରାହାରି ୪୦ ଲକ୍ଷ୍ୟର ସୁନା, ରୁପା ଏବଂ ପଇସା ଚୋରି ହୋଇଛି l ସୁନା ଦୋକାନର ମାଲିକ ସ୍ୱରୁପ କୁମାର ଅଗ୍ରୱାଲ ତାଙ୍କ ସୁନା
ଦୋକାନରୁ ଚୋରି ହୋଇଥିବାରୁ ଲୋଇସିଂହା ଥାନାରେ ଅଭିଯୋଗ କରିଛନ୍ତି l ଅଭିଯୋଗକୁ ଆଧାର କରି ଲୋଇସିଂହା ପୋଲିସ ଘଟଣା ଘଟିଥିବା ସ୍ଥାନକୁ ପହଂଚି ଅଧିକ ଛାନଭିନ ଜାରି ରଖିଛୁ ବୋଳି ଲୋଇସିଂହା ଥାନାଧିକାରୀ ସୂଚନା ଦେଇଛନ୍ତି l ପେଟ୍ରୋଲପମ୍ପ ପାଖରେ ଥିବା ଏହି ଦୋକାନ ସମ୍ମୁଖରେ ରହିଛି ସିସିଟିଭି କେମେରା, ସିସିଟିଭି ଫୁଟେଜରୁ ଜଣାପଡିଵା ସହ ପ୍ରକୃତ ଘଟଣାଟି ପୋଲିସ ତଦନ୍ତ ପରେ ହିଁ ଜଣା ପଡିବ l