-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
23-Jul-2022
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ) - ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ନିର୍ଦେଶ କ୍ରମେ ଆମ ପୋଲିସ ବ୍ୟବସ୍ଥା ମାଧ୍ୟମରେ ସୋନପୁର ଟାଉନ୍ ଥାନା ପୋଲିସ ତରଫରୁ ଅନୁଷ୍ଟିତ ହେବାକୁ ଥିବା ଆସନ୍ତା ତାରିଖ ବୁଧବାର ଦିନ ମେଗା ରକ୍ତଦାନ ଶିବିର ସକାଶେ ଆଜି ସଂଧ୍ୟା 7 ଘଟିକା ରେ ଥାନା ରେ ଏକ ପ୍ରସ୍ତୁତି ବୈଠକ କରାଯାଇଥିଲା । ଏସ ଆଇ ପିୟୁଷ ନାଏକଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଆଇ ଆଇ ପ୍ରଦ୍ୟୁମ୍ନ ପଟେଲ, ସମ୍ମାନିତ ଅତିଥି ଶ୍ରୀବତ୍ସ ମଲିକ ଯୋଗ ଦେଇ ଉପସ୍ଥିତ ସହରର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ କର୍ମକର୍ତାକୁ ସ୍ବାଗତ କରିଥିଲେ ଏବଂ ଆଗାମୀ ମେଗା ରକ୍ତଦାନ ଶିବିରରେ ରକ୍ତଦାନ ମାଧ୍ୟମ ରେ ସମସ୍ତ ସହାୟତା ଯୋଗାଇ ଦେବାକୁ ନିବେଦନ କରିଥିଲେ । ଆମ ପୋଲିସ୍ ବ୍ୟବସ୍ଥା ମାଧ୍ୟମରେ ଆଜିର ଏହି ବୈଠକ କେବଳ ରକ୍ତ ଦାନ କ୍ଷେତ୍ରରେ ନୁହେଁ , ଏହା ପୋଲିସ ଓ ପବ୍ଲିକ ମଧ୍ଯ ରେ ସୁସଂପର୍କ ସ୍ଥାପନ ଓ ପୋଲିସ ସାଧାରଣ ଲୋକଙ୍କ ନିକଟତର ହୋଇ ଉତ୍ତମ ସେବା ଯୋଗାଇ ପାରିବ ବୋଲି ସମସ୍ତ ଅତିଥି ପ୍ରକାଶ କରିଥିଲେ । ଶେଷରେ ହମ୍ ହଙ୍ଗେ କାମିଆବ ସଙ୍ଗୀତ ମାଧ୍ୟମ ରେ ଏ ଏସ ଆଇ ଶ୍ରୀ ଦିଲୀପ ସାହୁ ଉପସ୍ଥିତ ବୁଦ୍ଧିଜୀବୀ ଓ ସ୍ବେଛାସେବୀ ସଂଗଠନ କୁ ଧନ୍ୟବାଦ ଅର୍ପଣ କରିଥିଲେ l ।