-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
21-Jul-2022
ପଦ୍ମପୁର (ନରହରି ବଗର୍ତ୍ତୀ):ବରଗଡ଼ ଜିଲ୍ଲା ପାଇକମାଳ ବ୍ଳକ ଅନ୍ତର୍ଗତ ଶ୍ରୀଶ୍ରୀ ନୃସିଂହନାଥ ବୃଦ୍ଧା ଶ୍ରମ ରେ ରହିଆସୁଥିବା ୮୫ ବର୍ଷିୟ ସୁପ୍ରା ଭଇଁଶାଲ ଙ୍କ ବାର୍ଦ୍ଧକ୍ୟ ଜନିତ କାରଣ ରୁ ଦେହାନ୍ତ ହୋଇଯାଇଛି । ଦେହାନ୍ତ ଖବର ତାଙ୍କ ପରିବାର
ବର୍ଗଙ୍କୁ ଦିଆଯିବା ସତ୍ତ୍ୱେ ମଧ୍ୟ ତାଙ୍କ ପରିବାର ରୁ ଜଣେ ହେଲେ ସଦସ୍ୟ ମରଶରୀର କୁ ଦେଖିବାକୁ ଆସିନଥିଲେ।ଏଖବର ପାଇଁ ପାଇକମାଳ ବ୍ଳକର ବିଜୁ ଛାତ୍ର ଜନତା ଦଳ ର ସଭାପତି ତଥା ଯୁବନେତା ଶ୍ରୀ ରବିନାରାୟଣ ସାହୁ ତଥା ଡ.ବୁଲୁ ବାରିକ,ଡ.ରାଜେଶ ସା, ଆଶୁତୋଷ ସାହୁ, କ୍ରିଷ୍ଣା ଅଗ୍ରୱାଲ,ଦୁଃଖୁ ବେହେରା ଏବଂ ସୁକାନ୍ତ ପତି ବୃଦ୍ଧା ଶ୍ରମ ରେ ପହଞ୍ଚି ସୁପ୍ରା ଙ୍କ ଅନ୍ତିମ ଶବସତ୍କାର କରିଥିବା ଜଣାପଡିଛି।