-+91-9937148622 |
prerana_bgr@rediffmail.com |
Wednesday 26th August 2026 |
R.N.I. Regd No. ODIODI/2010/46693
Breaking News
17-Jul-2022
ସୁବର୍ଣ୍ଣପୁର// ଆଜି ସୋନପୁର ସହର ର ଭଗବତୀ କଲ୍ୟାଣ ମଣ୍ଡପ କ୍ୟାମ୍ପସ ରେ ସାମୁହିକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l କ୍ଲବ ର ସଭାପତି ନାରାୟଣ ରଥ ଓ ସମ୍ପାଦକ ଧିରେନ୍ଦ୍ର ମେହେର ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ କ୍ଲବ ର ଉପଦେଷ୍ଟା କୃଷ୍ଣ ଚନ୍ଦ୍ର ମେହେର, ମାନଭଞ୍ଜନ ବେଦବାକ, ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ପାତ୍ର,
ମନୋରଞ୍ଜନ ତ୍ରିପାଠୀ ଯୋଗ ଦେଇ ସମସ୍ତ ସଦସ୍ୟ ଙ୍କୁ ଉତ୍ସାହିତ କରି ପରିବେଶ ସୁରକ୍ଷା ଲାଗି ଆୟୋଜନ କରିଥିବା ଏଭଳି ମହତ କାର୍ଯ୍ୟ କୁ ପ୍ରଶଂସା କରି ଏହା ଆଗକୁ ଜାରି ରଖିବା ପାଇଁ ପରାମର୍ଶ କରିଥିଲେ l କରଞ୍ଜ ଓ ଯୁକାଲି ପଟାସ ସହିତ ବିଭିନ୍ନ ପ୍ରକାର ଗଛ ସବୁ ଏହି ମଣ୍ଡପ ଓ ଏହାର ପାର୍ଶ୍ଵ ରେ ରୋପଣ କରାଯାଇଥିଲା l ସୋମନାଥ, ବଜେନ୍ଦ୍ର, ସାନୁ, ଉତ୍ତମ, ହରିବୋଲ, ପ୍ରଦୀପ, ଯୋଗେନ୍ଦ୍ର, ସୁମ, ରୁପେଶ,ବୁଲୁ, ପ୍ରକାଶ ପ୍ରମୁଖ ବହୁ ସକ୍ରିୟ ସଭ୍ୟ ଯୋଗ ଦେଇ ଏହି କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ l
.