-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
17-Jul-2022
ଲୋଇସିଂହା (ବିନୋଦ କୁମାର ଦୀପ) ଲୋଇସିଂହା ବ୍ଲକ ଝାରମୁଣ୍ଡା ପଞ୍ଚାୟତର ଝାରମୁଣ୍ଡାର ଗାଧୁଆ ତୁଠ ନିର୍ମାଣରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । କାର୍ଯ୍ୟରମ୍ଭ ପୂର୍ବରୁ ଜନସାଧାରଣଙ୍କ ଅବଗତି ପାଇଁ ସୂଚନା ଫଳକ ଲଗାଇବାର ନିୟମ ରହିଥିଲେ ହେଁ ଏଠାରେ ତାହାର ଖୋଲାଖୋଲି ଉଲଂଘନ କରାଯାଇ
ବିନା ସୂଚନା ଫଳକରେ କାମ କରାଯାଉଛି । ଗାଧୁଅ ତୁଠ ନିର୍ମାଣ ବେଳେ ଗାଡ଼ୱାଳ ଦିଆଯାଏ ହେଲେ ଝାରମୁଣ୍ଡା ଲୁହୁରାକଟାରେ ବିନା ଗାଡ଼ୱାଳରେ ଗାଧୁଅ ତୁଠ କାମର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏ ନେଇ ଦାୟିତ୍ୱରେ ଥିବା ଯନ୍ତ୍ରୀ ଯୁଧିଷ୍ଠିର ଦେହୁରୀଙ୍କୁ ପଚାରିବାରେ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିଲେ l ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟିଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।