-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
16-Jul-2022
ସଇଁତଳା, ସଇଁତଳା ବ୍ଳକ କୁମ୍ଭାରୀ ପଞ୍ଚାୟତ ଅଧୀନରେ ଥିବା କୁମ୍ଭାରୀ ପ୍ରାଥମିକ ସେବା ସମବାୟ ସମିତି ରେ ବର୍ତ୍ତମାନ ଏହି କୋଠା କୁ ଦେଖନ୍ତୁ l ଏକ ପୁରୁଣା ଓ ଜରାଜୀର୍ଣ୍ଣ କୋଠରୀ ରେ ଚାଲିଛି ଏହି ପ୍ରାଥମିକ ସେବା ସମବାୟ ସମିତି l ଏଠାରେ ବର୍ଷା ହେଲେ ଛାତରୁ ପାଣି ଝରିବା ଏକ ସାଧାରଣ କଥା
ହୋଇଯାଇଛି l ସେବା ସମବାୟ ସମିତି ର କlନ୍ଥ କେତେବେଳେ ଭାଙ୍ଗି ପଡ଼ିବ ଏହା କିଏ କହିପାରେ? ପୁଣି ଏଠାରେ ଗୋଦାମ ଗୃହ ନଥିବାରୁ ଚାଷୀର ଧାନ ଖୋଲା
ଆକାଶ ତଳେ ପଡି ରହୁଥିବା ଅଭିଯୋଗ ହେଉଛି l ଏ ସମ୍ପର୍କରେ ପେକ୍ସ ପକ୍ଷରୁ ଉଚ୍ଚ ଅଧିକାରୀଙ୍କୁ ସାକ୍ଷାତ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ l କୁମ୍ଭାରୀ ସମବାୟ ସେବା ସମିତିର ଏହି ପୁରୁଣା କୋଠା କୁ ଭାଙ୍ଗି ନୂତନ କୋଠା ନିର୍ମାଣ ପାଇଁ ଅଂଚଳର ଗ୍ରାମବାସୀ ଦାବି କରିଛନ୍ତି