-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
16-Jul-2022
ଲୋଇସିଂହା (ବିନୋଦ ଦୀପ) ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ବୁଦୂଳା ସେବା ସମବାୟ ସମିତିରେ ସଭାପତି ପଦ ପାଇଁ ନିର୍ବାଚନ ହୋଇଯାଇଛି l ଏଠାରେ 15 ଟି ନିର୍ଦ୍ଦେଶକ ପଦରୁ 13 ଟି ଭୋଟ ପାଇ ନିର୍ଦ୍ଵନ୍ଦରେ ଶ୍ରୀ ଚିନ୍ତାମଣି ଭୋଇ ବିଜୟୀ ଘୋଷିତ ହୋଇଛନ୍ତି l ବିଜୟୀ ପ୍ରାର୍ଥୀ ଶ୍ରୀ ଚିନ୍ତାମଣି ଭୋଇ କଂଗ୍ରେସ ଦଳର ପ୍ରାର୍ଥୀ ଅଟନ୍ତି, ଏହି ବିଜୟା ଉଲ୍ଲାସକୁ ବହୁ ଧୁମ୍ ଧାମରେ ପାଳନ କରାଯାଉଛି। ବିଜୟ ଲାଭ କରି ସାରିବା ପରେ ସମସ୍ତ ନିର୍ଦ୍ଦେଶକ ପ୍ରାର୍ଥୀ ତଥା ଜନସାଧାରଣଙ୍କ ଗହଣରେ ଆସି ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ।ସମସ୍ତଙ୍କୁ ମିଠା ଖୁଆଇ ଖୁସି ମନାଇ ଥିଲେ। ଏହି ବିଜୟ ଖୁସିରେ ଅଞ୍ଚଳରେ ଆନନ୍ଦର ଲହରୀ ଖେଳି ଯାଇଛି।ସେ ସମସ୍ତ ଚାଷୀଙ୍କର ସୁଖ ଦୁଃଖର ସାଥିହୋଇ ରହିବା ସହିତ ସମସ୍ତ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ।