-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
14-Jul-2022
ଉଲୁଣ୍ଡା,(ଗୌରଚନ୍ଦ୍ର ପରିଛା): ଉଲୁଣ୍ଡା ବ୍ଲକ ସଭା ଗୃହରେ ପ୍ରକଳ୍ପ ନିର୍ଦେଶକଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ବିଡ଼ିଓ ହେମସାଗର ଭୋଇଙ୍କ ତତ୍ୱାବଧାନରେ ହୋଇଥିବା ଏହି ବୈଠକରେ ପ୍ରକଳ୍ପ ନିର୍ଦେଶକ ନିହାର ରଞ୍ଜନ କହଁର ଯୋଗଦେଇ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ l ବିଶେଷ କରି ମନରେଗା ଯୋଜନା, ଗ୍ରାମୀଣ ଆବାସ ଯୋଜନା, ଓଡିଶା ଜୀବିକା ମିଶନ, ରାଜ୍ୟ ଓ କେନ୍ଦ୍ର ଅର୍ଥ ଆୟୋଗ ଉପରେ ଆଲୋଚନା କରିବା ସହ କାର୍ଯ୍ୟର ଅଗ୍ରଗତି ଉପରେ ସମୀକ୍ଷା କରିଥିଲେ l ଏଥି ସହିତ ଯୋଜନା ଗୁଡିକ ତୃଣମୂଳ ସ୍ତରରେ ହିତାଧିକାରୀ ମାନଙ୍କ ପାଖରେ ଯେମିତି ପହଂଚି ପାରିବ ସେଥିପ୍ରତି ସମସ୍ତେ ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେଏବିଡ଼ିଓ ଶୁଭ୍ରାଂଶୁ ଶେଖର ମଲ୍ଲିକ, ସହକାରୀ ଯନ୍ତ୍ରି ମଂଚାସୀନ ହୋଇଥିଲେ l ବୈଠକରେ ସମସ୍ତ ପିଇଓ, ଜିଆରଏସ, ଯନ୍ତ୍ରୀ ଏବଂ ବିଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗଦେଇଥିଲେ l