-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
13-Jul-2022
ବରଗଡ଼:-ମହାଯୋଗୀ ଶ୍ରୀ ଅରବିନ୍ଦ ଙ୍କ ୧୫୦ ତମ ଜନ୍ମ ବାର୍ଷିକୀ ଅବସରରେ ସମଗ୍ର ଓଡିଶା ପରିକ୍ରମା କରୁଥିବା ଅତି ମାନସ ଚେତନା ରଥ କୁ ବରଗଡ ଜ଼ିଲ୍ଲା ଝାରବନ୍ଧ ଠାରେ ଭବ୍ୟ ସ୍ୱାଗତ ସମ୍ୱର୍ଦ୍ଧନା ଜ୍ଞାପନ କରାଯାଇଛି । ରଥଟି ପାଇକମାଳ ରୁ ଝାରବନ୍ଧ ଆସିବା ରାସ୍ତାରେ ଟୁହୁଙ୍ଗିଦାଦର ଓ କୋତନା ଠାରେ ଗ୍ରାମ ବାସି ଓ ମହିଳା ସ୍ୱାଗତ କରି ଦର୍ଶନ କରିଥିଲେ । ତା ପରେ ରଥଟି ଝାରବନ୍ଧ ପହଞ୍ଚିବା କ୍ଷଣି ବନ୍ଦେମାତରମ ଧ୍ୱନି ରେ ଗଗନ ପବନ ପ୍ରକମ୍ପିତ ହୋଇ ଉଠିଥିଲା । ଝାରବନ୍ଧ ର ମୁଖ୍ୟ ଛକ ଚାନ୍ଦିନୀ ଚୌକ ଠାରେ ରଥକୁ ସ୍ୱାଗତ କରାଯାଇଥିଲା । ମେନେଜିଙ୍ଗ ଟ୍ରଷ୍ଟି ର ଅଇଁଠା ପ୍ରଧାନ, ଶିବ ପ୍ରସାଦ ପଟେଲ,ଅଜିତ ସାହୁ, ଆନନ୍ଦ ସାହୁ, ଏବଂ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ର ଅଧ୍ୟକ୍ଷ କୈଳାଶ ରଣା,ଚନ୍ଦ୍ରହାସ ମହାପାତ୍ର, ବିଶିକେଶନ ଧରୁଆ,ସମେତ ଅଭିଭାବକ ଅଭିଭାବିକା ଜନସାଧାରଣ ଛାତ୍ର ଛାତ୍ରୀ ଗଣ ସ୍ୱାଗତ ସମ୍ବର୍ଦ୍ଧନା କରି ଦର୍ଶନ କରିଥିଲେ । ପରେ ପରେ ପଞ୍ଚାୟତ ହାଇସ୍କୁଲ ଝାରବନ୍ଧ ଏବଂ ନୋଡାଲ ସ୍କୁଲ ଠାରେ ଛାତ୍ର ଛାତ୍ରୀ ମାନେ ଶ୍ରୀ ଅରବିନ୍ଦ ଙ୍କୁ ସ୍ୱାଗତ କରି ଦର୍ଶନ କରିଥିଲେ । ତାପରେ ରାସ୍ତାରେ ପଞ୍ଚାୟତ ହାଇସ୍କୁଲ ଅମଠି ଠାରେ ପ୍ରଧାନ ଶିକ୍ଷକ ନନ୍ଦଲାଲ ନାୟକ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀ ଗଣ ଉପସ୍ଥିତ ରହି ରଥକୁ ସ୍ୱାଗତ କରି ଶ୍ରୀ ଅରବିନ୍ଦ ଙ୍କୁ ଦର୍ଶନ କରିଥିଲେ ।