-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
11-Jul-2022
ବଲାଙ୍ଗିର/: ବଲାଙ୍ଗୀର-ଟିଟିଲାଗଡ଼ ୨୬ ନମ୍ବର୍ ଜାତୀୟ ରାଜପଥ ସ୍ଥିତ ଖର୍ଲ୍ଲୀକାନି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।ଏକ ଯାତ୍ରୀବାହୀ ବସ କାର କୁ ଧକ୍କା ଦେବା ଫଳରେ କାର ଡ୍ରାଇଭରର ମୃତ୍ୟୁ ଘଟିଛି। ମୃତ୍ୟୁ ଡ୍ରାଇଭରର ଜଣକ
ହେଲେ ଶ୍ରୀତମ ସାହୁ। ତାଙ୍କ ଘର ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ସ୍ଥିତ ଧୁଣ୍ଡିମହୁଲ ଗ୍ରାମ ବୋଲି ଜଣାପଡିଛି। ଆଜି ସକାଳେ ବଲାଙ୍ଗୀର ଖର୍ଲ୍ଲୀକାନି ଛକ ନିକଟରେ କାରକୁ ଏକ ଯାତ୍ରୀବାହୀ ବସ ମୁହାଁମୁହିଁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ଗାଡ଼ି ଡ୍ରାଇଭର ବସ କୁ ନେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା। କାର ଡ୍ରାଇଭର ଶ୍ରୀତମ ସାହୁକୁ ସ୍ଥାନୀୟ ଲୋକେ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ
ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଦୁର୍ଘଟଣାରେ କାରଟି ଭାଙ୍ଗିରୁଜି ଯାଇଛି। ସଦର ଥାନା ପୋଲିସ ବସକୁ ଜବତ କରିବା ସହ ବସ ଡ୍ରାଇଭରକୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରୁଛି।
(ବଲାଙ୍ଗିର ଜିଲାରୁ ଅନ୍ତର୍ଯ୍ୟାମୀ ସାହୁଙ୍କ ରିପୋର୍ଟ)