-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
11-Jul-2022
ସମ୍ବଲପୁର(ସଂଜୀବ କୁମାର ପାଣିଗ୍ରାହୀ) - ଆଜି ଜୁଲାଇ ୧୧ ତାରିଖ ବିଶ୍ବ ଜନସଂଖ୍ୟା ଦିବସ ଅବସରରେ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ପକ୍ଷରୁ ଦେଶର ଭବିଷ୍ୟତ ସୁରକ୍ଷା ପାଇଁ ସବୁ ନାଗରିକ ମାନଙ୍କ ପାଇଁ ସର୍ବାଧିକ ଦୁଇଟି ସନ୍ତାନ ବାଧ୍ୟତାମୂଳକ କରି ଏକ ସ୍ୱତନ୍ତ୍ର ଆଇନ ଉଭୟ ପାର୍ଲିଆମେଣ୍ଟରେ ଏବଂ ସବୁ ରାଜ୍ୟର ବିଧାନସଭା ମାନଙ୍କରେ ପାରିତ କରିବା ଦାବିରେ ଦେଶର ସମସ୍ତ ଜିଲ୍ଲା ମୁଖ୍ୟାଳୟମାନଙ୍କ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଏବଂ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଅବସରରେ ଆଜି ସମ୍ବଲପୁର ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ପକ୍ଷରୁ ଜିଲ୍ଲା ସଭାପତି ମିଲନ ମହାରଣାଙ୍କ ନେତୃତ୍ୱରେ ବହୁ ସଂଖ୍ୟାରେ କର୍ମୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଉଭୟ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସମ୍ବଲପୁର ଜିଲ୍ଲାପାଳଙ୍କ ଜରିଆରେ ଦୁଇଟି ପୃଥକ ଦାବିପତ୍ର ପ୍ରଦାନ କରିଛନ୍ତି ।
ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ମହିଳା ମୋର୍ଚ୍ଚା ସଭାପତି ଶ୍ରୀମତି ଭାରତୀ ପଣ୍ଡା, ପୁଷ୍ପାଞ୍ଜଳି ଦାଶ, ଭାରତୀ ଠାକୁର, ପୁଷ୍ପାଞ୍ଜଳି ଜେନା, ବୀଣାପାଣି
ଦାଶ,ତୃପ୍ତିମୟୀ ପଣ୍ଡା, ସୁଜାତା ନାୟକ, ମଞ୍ଜୁଲତା ପଣ୍ଡା, କାନ୍ତି ମେହେର, ଅମୃତା ପଟ୍ଟନାୟକ, ଯମୁନା ନାୟକ, କବିତା ବରେଇ, ବିଷ୍ଣୁପ୍ରିୟା ସୁନା, ରଶ୍ମିତା ମହାନ୍ତି, କୁମାରୀ ସ୍ୱାଇଁ, ମିନାକ୍ଷୀ ଦାସ, ସନ୍ତୋଷିନି ବେହେରା, ସୁକାନ୍ତି ବାଗ, ନମିତା ସାହୁ, ସବିତା ସରଭଙ୍ଗ, ଦାମୋଦର କର, କାର୍ତ୍ତିକ ପ୍ରସାଦ ବହିଦାର, ଡ଼ା ପ୍ରଭାସ ଚନ୍ଦ୍ର ଦେବତା, ରୁଦ୍ର ପ୍ରତାପ ଦ୍ବିବେଦୀ, ଅରବିନ୍ଦ ନାୟକ, ସମୀର ରଞ୍ଜନ ବାବୁ, ସୁଜିତ ମିଶ୍ର, ସୌମିକ ବାବୁ, ପ୍ରଦୀପ ସୁପକାର, ନମ୍ରସକାନ୍ତ ପଟ୍ଟନାୟକ, ଉପଲ ମଜୁମଦାର, ଉପେନ୍ଦ୍ର ଝା, ନନ୍ଦ କିଶୋର ମିଶ୍ର, ସଞ୍ଜୟ ଚାନ୍ଦ, ଗିରିଜା ଚନ୍ଦ୍ର ପାଢ଼ୀ, ଲିଙ୍ଗରାଜ ଦୋରା, ରାକେଶ ପୁରୋହିତ, ଜୟକୃଷ୍ଣ ସ୍ବାଇଁ, ବିନୟ ବରେଇ, ସୁରଜ କୁମାର ଗୁରୁ, ଉମାଶିଷ ବେଜ ପ୍ରମୁଖ ଉପସ୍ଥିତ ଥିଲେ ।