-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
10-Jul-2022
ବରଗଡ଼ - ପଦ୍ମପୁର, (ପଦ୍ମପୁର)ରଜାପଡ଼ା ଠାରେ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଙ୍କ ର ରଥଯାତ୍ରା ମହାଆଡମ୍ବର ଭାବେ ପାଳନ କରାଯାଇଥିବା ବେଳେ ସେହିଭଳି ବିରାଟ ଭବ୍ୟଶୋଭା ଯାତ୍ରା ସହ ବାହୁଡା଼ ଯାତ୍ରା ପାଳନ ହେଲା। ଏହି ବାହୁଡା଼ ଯାତ୍ରା
ରେ କୀର୍ତ୍ତନ ପାର୍ଟି , ଘୁଡକା ନାଚ , ଇତ୍ୟାଦି ମାନଙ୍କ ଦ୍ଵାରା ବିରାଟ ଶୋଭାଯାତ୍ରା ହୋଇଥିଲା । ମହାପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥ,ବଳଭଦ୍ର, ସୁଭଦ୍ରା ମାଉସୀ ମନ୍ଦିର ଶାନ୍ତି ନଗର ରୁ ବାହାରି ରଜାପଡା ସ୍ଥିତ ହନୁମାନ ମନ୍ଦିର କୁ ମହାପ୍ରଭୁ ରଥାରୂଢ଼ ହୋଇ ଆସିଲେ ।ଶାନ୍ତି ନଗର ର ଭକ୍ତ ବୃନ୍ଦ ପ୍ରଭୁଙ୍କୁ ଶାନ୍ତି ଶୃଙ୍ଖଳା ର ସହିତ ପାଛୋଡ଼ି ଆଣି ଥିଲେ ।ଏଥିରେ ବଳି ନାୟକ, ଜଗବନ୍ଧୁ ପୋଢ଼,ଯୁଗଳ କିଶୋର ସାହୁ, ଅତ୍ରାହିଭଞ୍ଜନ ପାଣିଗ୍ରାହୀ, ଜୟରାମ ମହାପାତ୍ର,ନବ ବରିହା,ଇତ୍ୟାଦି ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ରଥଯାତ୍ରା ରେ ସାମିଲ ହୋଇ ମହାପ୍ରଭୁ ଙ୍କୁ ପାଛୋଟି ଆଣିଥିଲେ ।ଏଥର ବାହୁଡ଼ା ଯାତ୍ରା ରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା ।
ପଦ୍ମପର ରୁ ନରହରୀ ବଗର୍ତ୍ତୀ ଙ୍କ ରିପୋର୍ଟ