-+91-9937148622 |
prerana_bgr@rediffmail.com |
Thursday 20th August 2026 |
R.N.I. Regd No. ODIODI/2010/46693
Breaking News
09-Jul-2022
ବରଗଡ: ବିଦ୍ୟାଳୟ ସୁରକ୍ଷା ଓ ନିରାପତ୍ତା ଦିବସ ସରକାରୀ ପ୍ରାଥମିକ ବିଦ୍ୟାଳୟ ଗଙ୍ଗେଇ ଠାରେ ଅନୁଷ୍ଠିତ ହୋଇଯାଇଛି । ନୂତନ ଭାବେ ଗଠିତ ବିଦ୍ୟାଳୟ ନିରାପତ୍ତା କମିଟୀର ସଭାପତି ଶ୍ରୀଯୁକ୍ତ ଗୋବିନ୍ଦ ଦୁଆନଙ୍କ ନେତୃତ୍ବରେ ବିଦ୍ୟାଳୟର ବିପଦ ଶଙ୍କୁଳ ସ୍ଥାନ ଚିହ୍ନଟ ଯଥା ଭଙ୍ଗା କୋଠାଘର, ଭଙ୍ଗା ପାଚେରୀ ସାଙ୍ଗକୁ ବିଦ୍ୟୁତ ସବଷ୍ଟେସନରୁ କିପରି ଶିକ୍ଷାର୍ଥୀ ବିପଦ ମୁକ୍ତ ରହି ପାରିବେ ସେଥିପାଇଁ ଯୋଜନା ପ୍ରସ୍ତୁତ କରାଗଲା । ଅଗ୍ନି ନିର୍ବାପକ ଯନ୍ତ୍ରର ବ୍ୟବହାର, ପରିଷ୍କାର ପରିଚ୍ଛନ୍ନତା, ସୁସ୍ଥ ଶରୀର ପରିଚାଳନା , ବଜ୍ରାଘାତ, ସର୍ପାଘାତ,ମଧ୍ୟାହ୍ନ ଭୋଜନ, ମୀନା କ୍ଯାବିନେଟ, ସ୍କୁଲ କ୍ଯାବିନେଟ ର ଭୂମିକା, ମକ ଡ୍ରିମ ଆଦି କାର୍ଯ୍ୟକ୍ରମ ହାତକୁ ନେଇ ସଫଳତାର ସହ ସମାପନ କରାଯାଇଛି । ବିଦ୍ୟାର୍ଥିମାନଙ୍କୁ ପ୍ରାଥମିକ ଚିକତ୍ସା ଉପରେ ସ୍ବତନ୍ତ୍ର ତାଲିମ ଦେଇ କୁକୁର କାମୁଡା, ବିରୁଡି କାମୁଡା, ବିଦ୍ୟୁତ ସକ୍, ପାଣିରେ ବୁଡିଯିବା, ଦୁର୍ଘଟଣା ଆଦି ଘଟିଲେ କ'ଣ ସବୁ ପ୍ରାଥମିକ ପଦକ୍ଷେପ ନିଆଯିବ ତାହା ଆଲୋଚନା କରାଗଲା । ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ପ୍ରାଥମିକ ଚିକିତ୍ସା କେନ୍ଦ୍ର, ଅମ୍ବାଭୋନାର ଏଏନଏମ ଶ୍ରୀମତୀ ଗୋରେଟି ଡାଙ୍ଗ, ସମ୍ମାନୀତ ଅତିଥି ଭାବେ ଅଙ୍ଗନବାଡି କର୍ମଚାରୀ ଶ୍ରୀମତା ବାସନ୍ତୀ ପ୍ରଧାନ ଓ ଆଶାକର୍ମୀ ଈଲାବତୀ ଦୁଆନ ଯୋଗଦେଇ ହାତଧୁଆ, ଶୌଚାଳୟର ବ୍ୟବହାର ସହ ଦିବସର ଗୁରୁତ୍ୱକୁ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷାସାରଥୀ ଝରଣା ପରୁଆ ସହଯୋଗ କରିଥିବା ବେଳେ ପ୍ରଧାନ ଶିକ୍ଷକ ରୋହିତ କୁମାର ଭୁଏ ପରିଚାଳନା କରିଥିଲେ । ମୀନା କ୍ଯାବିନେଟ ମୁଖ୍ଯ ମାମି ଦୁଆନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଆଗାମୀ ଦିନରେ ନୂତନ ପାଚେରୀ ଓ କୋଠାଘର ପାଇଁ ଅଧିକାରୀ ଓ ନିର୍ବାଚିତ ପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ସ୍ଥିର କରାଯାଇ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ ଘୋଷିତ ହୋଇଥିଲା ।