-+91-9937148622 |
prerana_bgr@rediffmail.com |
Thursday 20th August 2026 |
R.N.I. Regd No. ODIODI/2010/46693
Breaking News
09-Jul-2022
ସଇଁତଳା(ପ୍ରେରଣା ଖବର) ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଯାମଖୁଣ୍ଟା ୟୁ. ପି ସ୍କୁଲ ଠାରେ ପିଲାଙ୍କ ଭ୍ରାମ୍ୟମାଣ ପାଠାଗାର ଅନୁଷ୍ଠିତ ହୋଇଯାଇଛି l ବୃନ୍ଦାବନ କୁମ୍ଭାରଙ୍କ ଦ୍ଵାରା ଆୟୋଜିତ ଏହି ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମଂଜୁରୀ ସେଠ ଅଧ୍ୟକ୍ଷତା କରି ଶ୍ରେଣୀ ପୁସ୍ତକ ସହିତ ଶିଶୁ ସାହିତ୍ୟିକ ମାନଙ୍କ ବହି ପଢ଼ି ଗପ କବିତା ଲେଖିବା ପାଇଁ ଅଭ୍ୟାସ କରି ବା ପାଇଁ ପରାମର୍ଶ ଦେଇଥିଲେ।ବିଦ୍ୟାଳୟର ସହକାରୀ ଶିକ୍ଷକ ସୁଶାନ୍ତ ସେଠ, ମୀତାଞଳି ସ୍ବାଇଁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। କୃତୀ ଛାତ୍ରଛାତ୍ରୀଙ୍କୁ ମାନପତ୍ର ସହିତ ପୁରସ୍କାର ବିତରଣ କରାଯାଇଥିଲା ବିଦ୍ୟାଳୟର କୁବେର ରଣା ଧନ୍ୟବାଦ ଅର୍ପଣ କରିଥିଲେ ।